Latest Odisha News

BREAKING NEWS

ଏନସିପି ନୂଆ କାର୍ଯ୍ୟାଳୟ ଉଦଘାଟନ ବେଳେ ହଜିଗଲା ଚାବି: ହଟହଟ୍ଟା ହେଲେ ଅଜିତ ପାୱାର ଗୋଷ୍ଠୀ

ମୁମ୍ବାଇ: ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପାର୍ଟି ଏନସିପିରେ ଦେଖାଦେଇଥିବା କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।  ଦାଦା ଓ ପୁତୁରା ଏବେ ଜାତୀୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।  ଏସବୁ ବିବାଦ ମଧ୍ୟରେ ଆଜି ଏନସିପିର ନୂଆ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି ।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପାର୍ଟି ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଦାଦା ଶରଦ ପାୱାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଏହି ବିବାଦ ମଧ୍ୟରେ ଆଜି ରାଜ୍ୟ ସଚିବାଳୟ ନିକଟରେ ଥିବା ପାର୍ଟିର ନୂଆ କାର୍ଯ୍ୟାଳୟ ଉଦଘାଟନ କରିବା କାର୍ଯ୍ୟକ୍ରମ ଥିଲା । ହେଲେ ଏହି ଉଦ୍‌ଘାଟନକୁ ନେଇ ଆଜି ଅଜିତ ପାୱାର ଗୋଷ୍ଠୀଙ୍କୁ ବେଶ ହଟହଟା ହେବାକୁ ପଡ଼ିଛି ।

ସକାଳୁ ସକାଳୁ ଅଜିତଙ୍କର କିଛି ବିଶ୍ୱସ୍ତ ନେତା ନୂଆ କାର୍ଯ୍ୟାଳୟ ‘ରାଷ୍ଟ୍ରବାଦୀ ଭବନ’ ନିକଟରେ ପହଞ୍ଚି ଯାଇଥିଲେ । ହେଲେ ସେଠାରେ ପହଞ୍ଚି ଦେଖିଲେ ତାଲା ଝୁଲୁଛି ଆଉ ଚାବି କାହା ପାଖରେ ଅଛି ମିଳୁନି । କାର୍ଯ୍ୟାଳୟ ସମ୍ମୁଖରେ ବନ୍ଦ କବାଟ ପାଖରେ ଏହି ନେତାମାନଙ୍କୁ ବସିଥିବା ଦେଖିବାକୁ ମିଳିଥିଲା । କାହା ପାଖରେ ଚାବି ସେ ନେଇ ଫୋନରେ ଚାଲିଥିଲା ବାର୍ତ୍ତାଳାପ । ଶେଷରେ ତାଲା ଭାଙ୍ଗା ଯାଇଥିବା  ଦେଖିବାକୁ ମିଳିଥିଲା । ହେଲେ ଘଟଣା ସେତିକିରେ ଶେଷ ହୋଇ ନ ଥିଲା । ମୁଖ୍ୟ ତାଲା ଖୋଲି ଭିତରେ ସିନା ପଶିଗଲେ । ହେଲେ ଭିତର ରୁମରେ ବି ପଡିଥିଲା ତାଲା ।

ଅଜିତ ପାୱାର ଯେଉଁ ବଙ୍ଗଳାକୁ ପାର୍ଟି କାର୍ଯ୍ୟାଳୟ ଭାବେ ବାଛିଥିଲେ ତାହା ପୂର୍ବରୁ ମହାରାଷ୍ଟ୍ର ବିଧାନପରିଷଦର ବିରୋଧୀ ଦଳ ନେତା ତଥା ଉଦ୍ଧବ ଠାକରେଙ୍କ ବିଶ୍ୱସ୍ତ ଅମ୍ବାଦାସ ଦନବେଙ୍କ ପାଖରେ ଥିଲା । ଏବେ ତାଙ୍କୁ ଏକ ନୂଆ ବଙ୍ଗଳା ଦିଆ ଯିବା ପରେ ଏହାକୁ ଅଜିତ ପାୱାରଙ୍କ ପାର୍ଟି କାର୍ଯ୍ୟାଳୟ କରାଯାଇଛି ।

ଅଜିତ ପାୱାରଙ୍କ ସମର୍ଥକଙକ  କହିବା ଅନୁଯାୟୀ,  ଅମ୍ବାଦାସ ଦନବେଙ୍କ ବ୍ୟକ୍ତିଗତ ସହାୟକ ଏହି ବଙ୍ଗଳାରେ ଶୋଇଥିଲେ । ସେମାନେ  କହିଥିଲେ, ଆମେ ଭିତରେ ସମସ୍ତ ବ୍ୟବସ୍ଥା କରିସାରିଥିଲୁ ।ହେଲେ ପିଏ ତାଲା ଲଗାଇ ପଳାଇଥିଲେ । ଆମେ ତାଙ୍କୁ ଡାକିିଛୁ । ସେ କହିଛନ୍ତି, ସେ ମନ୍ତ୍ରାଳୟ ଯାଉଛନ୍ତି ଏବଂ ଚାବି ଫେରାଇଦେବୁ ।

 

 

Leave A Reply

Your email address will not be published.