ୱାଶିଂଟନ: ପୃଥିବୀକୁ ଘେରି ରହିଥିବା ସମୁଦ୍ର ରହସ୍ୟରେ ଭରପୂର । ଏବେ ବୈଜ୍ଞାନିକମାନେ ମେକ୍ସିକୋ ନିକଟବର୍ତୀ ସମୁଦ୍ରରୁ ଏକ ଅଦ୍ଭୁତ ଜୀବର ସନ୍ଧାନ ପାଇଛନ୍ତି । ଏହା କୌଣସି ଏକ ଏଲିୟନ ପ୍ରଜାତିର ଅଂଶବିଶେଷ ପରି ଜଣାପଡୁଛି । ବୈଜ୍ଞାନିକମାନେ ଏହି ପ୍ରାଣୀର ନାମ ଡାର୍ଥ ଭାର୍ଡନ ନାମ ଦେଇଛନ୍ତି । ଷ୍ଟାର ୱାରସ ଫିଲ୍ମର ଏକ ଭିଲେନ ପରି ଏହା ଦେଖା ଯାଉଥିବାରୁ ଏପରି ନାମକରଣ କରାଯାଇଛି । ଏହି ଜୀବର ଶରୀର ଛଅ ଖଣ୍ଡ ସଦୃଶ ଏବେ ଅନେକ ଆଖି ଏଥିରେ ରହିଛି । ଜୀବର ଆକାର ୯୫୦ରୁ ୧୨୬୦ ମିଟର ମଧ୍ୟରେ ରହିଥାଏ । ସମୁଦ୍ର ମଧ୍ୟରୁ ଏହା ମିଳିଥିବାରୁ ଏହାର ଆକାର ବଡ ରହିଛି । ଆଇସପଡ ପ୍ରଜାତିର ଏହି ଜୀବର ନାମ ପ୍ରକୃତରେ ବାଥିନୋମିୟସ ୟୁକାଟେଦୋସିନ । ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ୨୦ ପ୍ରଜାତିଙ୍କୁ ଖୋଜି ପାଇଛନ୍ତ । ଝିଙ୍ଗ ଓ କଙ୍କଡା ଶ୍ରେଣୀର ଏହି ଜୀବ ପ୍ରଥମେ ୧୮୭୯ରେ ମିଳିଥିଲା । ପ୍ରଶାନ୍ତ ମହାସାଗର ମଧ୍ୟରୁ ମଧ୍ୟ ଏହି ରହସ୍ୟମୟ ଜୀବର ସନ୍ଧାନ ମିଳିଥିଲା । ଏହାର ଶରୀର କଂଟାରେ ଭରପୂର ଏବଂ ଏହା ଏହାର ଏକ ଲାଞ୍ଜ ସମୁଦ୍ର ତଳେ ଝୁଲି ରହିଥିଲା ।
BREAKING NEWS
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ
- ‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି
- ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା
- କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ
- ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼ ବିଜୟ
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର

Comments are closed.