ନୂଆଦିଲ୍ଲୀ: କୋଭିଡ-୧୯କୁ ରୋକିବା ପାଇଁ ଭାରତ ବାୟୋଟେକ ଏକ ଇଂଟ୍ରୋନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି । ସୋମବାର ବିବିଭି-୧୫୪ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସମ୍ପୂର୍ଣ୍ଣ ହୋଇଥିବାରୁ ଖୁବ ଶୀଘ୍ର ଏହାକୁ ବ୍ୟବହାର କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଡ୍ରଗ ରେଗ୍ୟୁଲଟରକୁ କମ୍ପାନୀ ପକ୍ଷରୁ ଭ୍ୟାକ୍ସିନର ସମ୍ପୂର୍ଣ୍ଣ ଡାଟା ପ୍ରଦାନ କରାଯାଇଛି । ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲରେ ଏହା ନିରାପଦ ଓ ଇମ୍ୟୁନେଜିନକ ସାବ୍ୟସ୍ତ ହୋଇଥିଲା । ଯେଉଁମାନେ ୨ଟି ଯାକ ଡୋଜ ନେଇ ସାରିଛନ୍ତି ସେମାନେ ଏବେ ଏହାକୁ ବୁଷ୍ଟର ଡୋଜ ଭାବେ ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏବେ ନାକ ମାଧ୍ୟମରେ ଏହି ଭ୍ୟାକ୍ସିନ ନିଆ ଯାଇପାରିଥିବାରୁ ସମସ୍ତେ ଏହାକୁ ସହଜ ଭାବେ ବ୍ୟବହାର କରିପାରିବେ । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆମେ ଏହି ଭ୍ୟାକ୍ସିନର ସଫଳ ଟ୍ରାଏଲ କରିପାରିଥିବାରୁ ଗର୍ବିତ ବୋଲି ଭାରତ ବାୟୋଟେକର ଜଂଏଟ ମ୍ୟାନେଜିଂ ଡାଇରେକ୍ଟର ସୁଚିତ୍ରା କେ ଏଲ କହିଛନ୍ତି । ଭାରତ ବାୟୋଟେକ ଓ ୱାଶିଂଟନ ୟୁନିଭରସିଟି ସ୍କୁଲ ଅଫ ମେଡିସିନ ମିଳିତ ଭାବେ ଏହି ନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରିଛନ୍ତି ।
BREAKING NEWS
- Asian Games 2026: ସୁଟିଂରେ ଭାରତକୁ ଆଉ ଏକ ପଦକ, ୧୦ ମିଟର ଏୟାର ରାଇଫଲ୍ ପୁରୁଷ ଟିମ୍କୁ ମିଳିଲା ରୌପ୍ୟ
- ଇରାନ ଉପରେ ହୋଇପାରେ ଘାତକ ଆକ୍ରମଣ, ଟ୍ରମ୍ପ କହିଲେ ଧ୍ୱଂସ କରିଦେବି…
- ଉପକୂଳରେ ଛୋଟ ଧରଣର ବାତ୍ୟା ଆଶଙ୍କା: ୨୩ ତାରିଖ ସକାଳେ ଛୁଇଁବ ସ୍ଥଳଭାଗ
- କୋହରେ ଫାଟି ପଡ଼ିଲା ଜୟଦେବ ବିହାର: ଏକାସାଙ୍ଗରେ ପୁରୀ ସ୍ବର୍ଗଦ୍ବାରରେ ଜଳିଲା ୭ ଓଡ଼ିଆ ତୀର୍ଥଯାତ୍ରୀଙ୍କ ଜୁଇ
- ପଞ୍ଚାୟତରୁ ପୁରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା: ରାଜ୍ୟ ସରକାର ଆରମ୍ଭ କଲେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’
- ବାଲେଶ୍ୱରରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ବାପଘରର ସାଂଘାତିକ ଅଭିଯୋଗ
- ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ
- ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ହମିଦ ଅନ୍ସାରୀଙ୍କ ହିନ୍ଦୁ ଉଗ୍ରବାଦ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଘଟଣା; ଗିରଫ ହେଲେ ଜେଲ୍ ଅଧୀକ୍ଷକ

Comments are closed.