Latest Odisha News

BREAKING NEWS

ବିବାହ କଲେ ନୀରଜ ଚୋପ୍ରା, ଗୋଲ୍ଡେନ୍ ବୟଙ୍କ ହୃଦୟ ଜିତିଥିବା ହିମାନୀ କିଏ?

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଜାଭଲିନର ଗୋଲ୍ଡେନ ବୟ ନୀରଜ ଚୋପ୍ରା। ହିମାନୀ ମୋରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ନୀରଜ। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଖେଳାଳି। ଫଟୋ ପୋଷ୍ଟ କରିବା ପରେ ସେ କ୍ୟାପସନରେ ଲେଖିଛନ୍ତି- ‘ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।’
ବିବାହ ଫଟୋରେ ନୀରଜଙ୍କ ପ୍ରଶଂସକ ଉଭୟଙ୍କୁ ବିବାହ ନେଇ ଶୁଭେଚ୍ଛା ଜଣାଇଛନ୍ତି। କହିରଖୁଛୁ ଦୁଇଟି ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଥିଲେ ନୀରଜ ଚୋପ୍ରା।

ଗତକାଲି ଅଲିମ୍ପିକ ବିଜେତା ନୀରଜ ଚୋପ୍ରା ସିକ୍ରେଟ୍ ବିବାହ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ନୀରଜ ଏହି ବିଷୟରେ ସମଗ୍ର ବିଶ୍ୱକୁ ସୂଚନା ଦେଇଛନ୍ତି। ନୀରଜଙ୍କ ସ୍ତ୍ରୀ’ଙ୍କ ନାମ ହେଉଛି ହିମାନୀ। କିନ୍ତୁ ନୀରଜଙ୍କ ହୃଦୟ ଜିତିଥିବା ଏହି ହିମାନୀ କିଏ ଜାଣନ୍ତି କି? ନୀରଜଙ୍କ ସ୍ତ୍ରୀ ହିମାନୀ ଜଣେ ଟେନିସ୍ ପ୍ରଶିକ୍ଷକ ଏବଂ ହରିୟାଣାର ବାସିନ୍ଦା। ହିମାନୀଙ୍କ ସମ୍ପୂର୍ଣ୍ଣ ନାମ ହିମାନୀ ମୋର୍। ନୀରଜ ହରିୟାଣାର ପାନିପତ ଜିଲ୍ଲାର ଖଣ୍ଡରା ଗାଁର ବାସିନ୍ଦା ହୋଇଥିବାବେଳେ ହିମାନି ସୋନିପତ ଜିଲ୍ଲାର ଲଡସୌଲି ଗାଁର ବାସିନ୍ଦା।

ସ୍ପୋର୍ଟଷ୍ଟାର ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟ ହିମାନୀ ମୋର୍ ସୋନିପତ ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜରୁ ରାଜନୀତି ବିଜ୍ଞାନ ଏବଂ ଫିଜିକାଲ ଏଜୁକେଶନ କ୍ଷେତ୍ରରେ ସ୍ନାତକ ହାସଲ କରିଥିଲେ। ତା’ପରେ ସେ ଆମେରିକାର ଲୁଇସିୟାନା ରାଜ୍ୟର ଦକ୍ଷିଣ ପୂର୍ବ ଲୁଇସିୟାନା ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଧ୍ୟୟନ କରିଥିଲେ। ସେଠାରେ ଟେନିସ୍ ମଧ୍ୟ ଖେଳୁଥିଲେ ହିମାନୀ। ସେଠାରୁ ଟେନିସ୍ କୋଚିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଆମେରିକାର ନ୍ୟୁ ହାମ୍ପସାର ଫ୍ରାଙ୍କଲିନ୍ ପିୟର୍ସ ୟୁନିଭରସିଟିରେ ସ୍ବେଚ୍ଛାସେବୀ ଟେନିସ୍ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ମୈସାଚୁସେଟ୍ସ ରାଜ୍ୟର ଆମହର୍ଷ୍ଟ କଲେଜରେ ଗ୍ରାଜୁଏଟ ଆସିଷ୍ଟାଣ୍ଟ ଅଟନ୍ତି ଏବଂ ସେହି କଲେଜର ମହିଳା ଟେନିସ୍ ଦଳକୁ ପ୍ରଶିକ୍ଷଣ ଦିଅନ୍ତି। ଏହାସହିତ ସେ ମ୍ୟାକ୍କାରମେକ ଆଇଜନବର୍ଗ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ ସ୍ପୋର୍ଟସ୍ ମ୍ୟାନେଜମେଣ୍ଟର ମଧ୍ୟ ଅଧ୍ୟୟନ କରୁଛନ୍ତି।

Comments are closed.