Latest Odisha News

BREAKING NEWS

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ଷ୍ଟାର ଆଥଲେଟ ନୀରଜ ଚୋପ୍ରାଙ୍କୁ ଆଉ ଏକ ବଡ ସମ୍ମାନ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ନୀରଜଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ । ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ।

ଜାଭେଲିନରେ ସ୍ୱର୍ଣ୍ଣ ଜିତିବା ସହ ନୀରଜ ପ୍ରଥମ ଭାରତୀୟ ଆଥଲେଟ ଭାବେ ଏହି ସଫଳତା ହାସଲ କରିଥିଲେ । ୧୯୬୦ରୁ ଏହି ସେନାର ଏହି ପୁରସ୍କାର ବିଶେଷ ଭାବେ ଶାନ୍ତି ଏବଂ ସେବା ପାଇଁ ପ୍ରଦାନ କରାଯାଇ ଆସୁଛି । ପ୍ରଥମ ଥର ଜଣେ ଆଥଲେଟ ଭାବେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

Comments are closed, but trackbacks and pingbacks are open.