Latest Odisha News

BREAKING NEWS

ଓଡିଶାରୁ ତିନିଜଣଙ୍କୁ ମିଳିବ ପଦ୍ମ ସମ୍ମାନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ତିନିଜଣ ଓଡିଆଙ୍କୁ ମିଳିବ ପଦ୍ମ ସମ୍ମାନ । ଏହି ତାଲିକାରେ ରହିଛନ୍ତି ପାରାଲିମ୍ପିଆନ୍ ପ୍ରମୋଦ ଭଗତ, ଭାରତୀୟ ହକି ତାରକା ଅମିତ୍ ରୋହିଦାସ୍ ଓ ପ୍ରଖ୍ୟାତ ମୂର୍ତ୍ତୀକାର ତଥା ଶିଳ୍ପୀ ଅଦ୍ୱିତ ଗଡନାୟକ । ବିଶ୍ୱସ୍ତ ସୁତ୍ରରୁ ଏହି ସୂଚନା ଓଡିଶା ସମ୍ବାଦକୁ ମିଳିଥିବାବେଳେ ଚଳିତବର୍ଷ ରାଜ୍ୟରୁ ଅନ୍ୟ କିଛି ବ୍ୟକ୍ତିତ୍ୱଙ୍କୁ ପଦ୍ମ ସମ୍ମାନ ମିଳିବାର ସମ୍ଭାବନା ରହିଛି ।

ପ୍ରତିବର୍ଷ ଗଣତନ୍ତ୍ର ଦିବରେ ପଦ୍ମ ସମ୍ମାନରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କର ନାମ ଘୋଷଣା କରାଯାଇଥାଏ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଡିଫେଣ୍ଡର୍ ଭାବେ ସୁନ୍ଦରଗଡର ଅମିତ ରୋହିଦାସ ଅତି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ସାରା ଦେଶ ତଥା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିଲେ । ଫଳରେ ୪୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତୀୟ ହକି ଦଳ ଅଲିମ୍ପିକରେ ବ୍ରୋଂଜ ପଦର ହାସଲ କରିଥିଲା ।

ଅନ୍ୟପଟେ ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ୍ ଖେଳରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରାଇଥିଲେ ବରଗଡର ସୁନା ପୁଅ ପ୍ରମୋଦ ଭଗତ ।

ସେହିଭଳି ପ୍ରଖ୍ୟାତ ମୂର୍ତ୍ତୀ କାରିଗର ତଥା ଶିଳ୍ପୀ ଅଦ୍ୱିତ ଗଡନାୟକଙ୍କ ବିଷୟରେ ବୋଧ ହୁଏ କେହି ଅଜଣା ଥିବେ । ଖୁବଶୀଘ୍ର ଇଣ୍ଡିଆ ଗେଟରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିବାକୁ ଯାଉଛନ୍ତି । ସଦ୍ୟ ସ୍ଥିତିରେ ଢେଙ୍କାନାଳର ଏହି ବ୍ୟକ୍ତିତ୍ୱ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡେର୍ନ ଆର୍ଟର ଡାଇରେକ୍ଟର୍ ଜେନେରାଲ୍ ଭାବେ ଅବସ୍ଥାପିତ ଅଛନ୍ତି ।

Comments are closed, but trackbacks and pingbacks are open.