Latest Odisha News

BREAKING NEWS

ବିବାହର ୧୦ ବର୍ଷ ପରେ ମା’ ହେଲେ ଅଭିନେତ୍ରୀ ନେହା

ମୁମ୍ବାଇ: ଟିଭି ଧାରାବାହିକ ‘ବାଳିକା ବଧୁ’ ରେ ଅଭିନୟ କରି ଘରେ ଘରେ ପରିଚିତ ନେହା ମାର୍ଦା ମାଆ ହୋଇଛନ୍ତି । ଶୁକ୍ରବାର ମୁମ୍ବାଇର ଏକ ଘରୋଇ ହସପିଟାଲରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ନେହାଙ୍କର ପ୍ରି ମେଚ୍ଚୋର ଡ଼େଲିଭରୀ ହୋଇଛି । ବିବାହର ୧୦ ବର୍ଷ ପରେ ମାଆ ହୋଇଥିବାରୁ ସେ ଓ ତାଙ୍କ ପରିବାର ବହୁତ ଖୁସି । ନେହା ମାଆ ହେବା ଖବର ଶୁଣି ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଜଣାଉଛନ୍ତି ।

୨୦୧୨ ମସିହାରେ ନେହା, ପାଟନାର ଜଣେ ବ୍ୟବସାୟୀ ଆୟୁଷ୍ମାନ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ସେ ମାଆ ନ ହେବାରୁ ତାଙ୍କର ସମ୍ପର୍କୀୟମାନେ କଟୁ କଥା କହିବାକୁ ପଛାଇ ନ ଥିଲେ । ହେଲେ ସେ କାହାରି କଥାକୁ ଗୁରୁତ୍ୱ ନ ଦେଇ ନିଜ କ୍ୟାରିୟର ପ୍ରତି ଦୃଷ୍ଟି ଦେଉଥିଲେ । ଏବେ ବିଳମ୍ବରେ ହେଲେ ବି ଗର୍ଭବତୀ ହେବା ଦିନଠାରୁ ପ୍ରତ୍ୟକ ଦିନର ଖୁସିର ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ନିଜେ ସେୟାର କରୁଥିଲେ ନେହା ।

Leave A Reply

Your email address will not be published.