Latest Odisha News

BREAKING NEWS

ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ ହେଲେ ନେପାଳ ପ୍ରଧାନମନ୍ତ୍ରୀ, କାଲି ଶପଥ ଗ୍ରହଣ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ପୁଷ୍ପ କମଳ ଦାହାଲ ପ୍ରଚଣ୍ଡ । ଅନ୍ୟ ଦଳଙ୍କ ସହ ସମର୍ଥନ ନେଇ ଆଲୋଚନା ପରେ ପ୍ରଚଣ୍ଡ ସରକାର ଗଠନ ନେଇ ଦାବି କରିଥିଲେ । ପ୍ରଚଣ୍ଡଙ୍କ ଦଳ ସିପିଏନ୍-ମାଓବାଦୀ ସେଣ୍ଟର ପ୍ରତିନିଧି ସଭା ନେପାଳ ସଂସଦର ତୃତୀୟ ବଡ଼ ଦଳ ଅଟେ ।

ଏହାପୂର୍ବରୁ ବିରୋଧୀ ସିପିଏନ୍ (ୟୁଏମ୍ଏଲ୍) ଓ ଅନ୍ୟ ଛୋଟ ଦଳ, କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ମାଓବାଦୀ ସେଣ୍ଟର)ର ଅଧ୍ୟକ୍ଷ ପୁଷ୍ପ କମଲ ଦାହାଲ ପ୍ରଚଣ୍ଡଙ୍କୁ ସମର୍ଥନ ଘୋଷଣା କରିଥିଲେ । ନିଷ୍ପତ୍ତି ଅନୁସାରେ, ପ୍ରଚଣ୍ଡ ଓ ଓଲି ପାଳି କରି ପ୍ରଧାନମନ୍ତ୍ରୀ ରହିବେ । ପ୍ରଥମ ପାଳି ପ୍ରଚଣ୍ଡଙ୍କର ପଡ଼ିଛି ।

ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନେପାଳ ସମ୍ବିଧାନର ଅନୁଚ୍ଛେଦ ୭୬ (୨) ଅନୁସାରେ, ପ୍ରତିନିଧି ସଭାରେ ପୁଷ୍ପ କମଳ ଦାହାଲ ପ୍ରଚଣ୍ଡଙ୍କୁ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି ।

ଗତ ସପ୍ତାହରେ ନେପାଳରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ମିଳି ନଥିଲା । ଫଳରେ ନେପାଳରେ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା । ଶେଷରେ ସଂଖ୍ୟା ଗଣିତରେ ତୃତୀୟ ସ୍ଥାନରେ ଥିବା ପ୍ରଚଣ୍ଡଙ୍କ ଦଳ ମେଣ୍ଟ ସରକାର ଗଠନ କରିଛି । ମେଣ୍ଟ ଅନୁସାରେ, ୨୦୨୫ରେ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ହେବେ ।

Leave A Reply

Your email address will not be published.