Latest Odisha News

BREAKING NEWS

ରବି କିଶନ ହେବେ ଆଧ୍ୟାତ୍ମିକ ଗୁରୁ ରଜନୀଶ

ମୁମ୍ବାଇ: ଓଶୋ ନାମରେ ପରିଚିତ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ରଜନୀଶଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମିର୍ତ ହେବାକୁ ଯାଉଛି । ଭୋଜପୁରୀ ଅଭିନେତା ରବି କିଶନ ଏହି ଫିଲ୍ମରେ ଓଶୋଙ୍କ ଭୂମିକା କରିବେ । ରିତେଶ ଏସକୁମାର ନିର୍ଦ୍ଦେଶିକ ଏହି ଫିଲ୍ମର ନାମ ସିକ୍ରେଟ ଅଫ ଲଭ ରଖାଯାଇଛି । ରଜନୀଶ କିପରି ଓଶୋ ହେଲେ ତାହା ଉପରେ ଫିଲ୍ମ ଆଧାରିତ । ରବି କିଶନ ଏହି ଭୂମିକାକୁ ଜୀବନ୍ତ କରିବା ପାଇ କଠିନ ପରିଶ୍ରମ କରୁଛନ୍ତି । ପୂର୍ବରୁ ଓଶୋଙ୍କ ଉପରେ ଅନେକ ଡକୁମେଂଟାରୀ ଓ ଶର୍ଟ ଫିଲ୍ମ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏଥର ବଡ ସ୍କ୍ରିନ ସମ୍ପୂର୍ଣ୍ଣ ମନୋରଂଜନ ଶୈଳୀରେ ଏହି ଫିଲ୍ମ ପ୍ରସ୍ତୁତ କରାଯିବ ବୋଲି ରିତେଶ କହିଛନ୍ତି । ରବିକିଶନଙ୍କ ଆଖି ଓଶୋଙ୍କ ସହ ମିଶୁଥିବାରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଓ ସ୍ମରଣୀୟ ଭୂମିକା ଦିଆଯାଇଛି ବୋଲି ସେ କହିଛନ୍ତି ।

୨୦୧୮ରେ ଓଶୋ ଏବଂ ମାଆ ଆନନ୍ଦ ଶୀଲାଙ୍କ ଉପରେ ଶୁକନ ବାତ୍ରା ଏକ ଫିଲ୍ମ କରିବାକୁ ଚାହିଁଥିଲେ । ଏଥିରେ ଅମୀର ଖାଁ ଓ ଆଲିଆ ଭଟ୍ଟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତେ ମାତ୍ର ଆନନ୍ଦ ଶୀଲା ଫିଲ୍ମ କରିବା ପାଇଁ ଅନୁମତି ଦେଇ ନ ଥିଲେ । ସେ ଏଥିନେଇ ଲିଗାଲ ନୋଟିସ ମଧ୍ୟ ପଠାଇଥିଲେ ।

Leave A Reply

Your email address will not be published.