ଭୁବନେଶ୍ୱର : ଆସନ୍ତାକାଲି ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ସେହିଭଳି ଆଜି ନେତ ଉତ୍ସବରେ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର ।
ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଆଜି ନେତ ଉତ୍ସବ । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ପରେ ରାତିରେ ଶୁଭ ମୁହୂର୍ତ୍ତରେ ରଥ ପ୍ରତିଷ୍ଠା ନୀତି ଅନୁଷ୍ଠିତ ହେବ । ଏହି ନୀତି ପାଇଁ ସନ୍ଧ୍ୟା ଧୂପ ପରେ ମୁକ୍ତେଶ୍ୱର ମନ୍ଦିର ସ୍ଥିତ ମରିଚିକୁଣ୍ଡରୁ ପାଣି ଅଣାଯାଇ ରଥଖଳା ଠାରେ ଥିବା ମୁକ୍ତି ମଣ୍ଡପରେ ରଖାଯିବ ।
ବୃଷଭଙ୍କୁ ମନ୍ଦିରରୁ ଏହି ମଣ୍ଡପକୁ ବିଜେ କରାଯିବା ପରେ ଚାରି ଦୁଆର ବ୍ରହ୍ମ ପୂଜା କରି ରଥ ପ୍ରତିଷ୍ଠା କରାଯିବ । ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖି ସମସ୍ତ ନୀତିକୁ ନିର୍ଘଂଟ ସମୟ ଭିତରେ ସାରିବାକୁ ।
ଆସନ୍ତାକାଲି ଓ ୧୩ ତାରିଖ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ ପର୍ଯ୍ୟନ୍ତ କଟକଣା ଲାଗୁ କରିଛି । ଏହି ୨ ଦିନ ସବୁ ଗାଡ଼ି ମାଉସୀ ମା’ ଛକଠାରୁ ମ୍ୟୁଜିୟମ୍ ଛକ ଆଡ଼କୁ ନଚେତ୍ ବିବେକାନନ୍ଦ ରାସ୍ତାରେ ଯାତାୟାତ କରିବ।
ରଥରୋଡ୍ରେ ଥିବା ବାରିକ ସାହି, ମହାରଣା ସାହି, ଗୋସାଗରେଶ୍ବର ଛକ, ଶୀତଳଷଷ୍ଠୀ ଛକ, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଗଳି, ମୁନା ମେଡିକାଲ ଗଳି, ପୁନାମା ଗେଟ୍ ଗଳି ସମେତ ରଥ ରୋଡ୍କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି ।
BREAKING NEWS
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ
- ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି
- ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍ରେ ଲାଗିବ ଅତିରିକ୍ତ ବଗି
- ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’
- Hospital in Western Odisha:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ
- ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ:ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ ସ୍ଥିର ରଖିବାରେ ସଫଳ
- ଜାପାନର ୧୧ ବର୍ଷୀୟ ଇ-ସ୍ପୋର୍ଟସ୍ ଖେଳାଳି ୟୁକି କୁରିହାରା ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ଇତିହାସ
- Spurious liquor:ମଦ୍ୟପାନ ନିଷିଦ୍ଧ ରାଜ୍ୟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ଗଲା ଜୀବନ
- ଏସୀୟ କ୍ରୀଡ଼ା ୨୦୨୬: କବାଡ଼ିରେ ଭାରତକୁ ଡବଲ ସ୍ୱର୍ଣ୍ଣ

Comments are closed.