Latest Odisha News

BREAKING NEWS

ହଙ୍ଗେରୀ ସୀମା ଭିତରକୁ ଆସିଲେ ନେତାନ୍ୟାହୁଙ୍କୁ ଗିରଫ କରାଯିବ: ପିଟର ମାଗ୍ୟାର

ବୁଡାପେଷ୍ଟ: ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିସାରିଛି । ତେଣୁ ନେତାନ୍ୟାହୁ ଯଦି ହଙ୍ଗେରୀ ସୀମା ଭିତରକୁ ଆସିବେ ତେବେ ତାଙ୍କୁ ଗିରଫ କରାଯାଇପାରେ ବୋଲି ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ ପିଟର ମାଗ୍ୟାର ଏହି ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ହଙ୍ଗେରୀ ସୀମା ଅତିକ୍ରମ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଆଇସିସି ୱାରେଣ୍ଟର ସମ୍ମୁଖୀନ ହେବାକୁ ପଡିବ, ତାଙ୍କୁ ଅଟକ ରଖାଯିବ ।

ହଙ୍ଗେରୀର ନୂଆ ପ୍ରଧାନମନ୍ତ୍ରୀ ପିଟର ମାଗ୍ୟାର ନିକଟରେ ନିର୍ବାଚନ ଜିତିବା ପରେ, ୧୯୫୬ ବିଦ୍ରୋହର ୭୦ତମ ବାର୍ଷିକୀରେ ଅନେକ ଦେଶର ନେତାଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ପଦକ୍ଷେପର ଏକ ଅଂଶ ଭାବରେ ନେତାନ୍ୟାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନେତାନ୍ୟାହୁଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ ହଙ୍ଗେରୀ ଆଇସିସି ନିୟମାବଳୀରୁ ପଛକୁ ହଟିବ ନାହିଁ ଏବଂ ଆଇନ ପାଳନ କରିବ ।

ଭିକ୍ଟର ଅରବାନଙ୍କ ନେତୃତ୍ୱରେ ହଙ୍ଗେରୀର ପୂର୍ବ ସରକାର ଆଇସିସିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି ୨ ଜୁନ୍ ୨୦୨୬ ରେ କାର୍ଯ୍ୟକାରୀ ହେବାର ଥିଲା। ତେବେ ପ୍ରଧାନମନ୍ତ୍ରୀ ମାଗ୍ୟାର ଏବେ କହିଛନ୍ତି ଯେ ସେ ଏହି ନିଷ୍ପତ୍ତିକୁ ରଦ୍ଦ କରିବେ ଏବଂ ହଙ୍ଗେରୀ ଆଇସିସିରେ ରହିବ ।

Leave A Reply

Your email address will not be published.