Latest Odisha News

BREAKING NEWS

ପ୍ରକୃତିଙ୍କ ସମର୍ଥନରେ ପ୍ରଶଂସକ, କହୁଛନ୍ତି ସାଙ୍ଗରେ ରହିବେ

ଭୁବନେଶ୍ୱର: ସୋସିଆଲ ମିଡିଆରେ ସମର୍ଥନ ଯୋଗାଡ଼ କରୁଛନ୍ତି ପ୍ରକୃତି ମିଶ୍ର । ବାବୁସାନ ସଂପର୍କୀୟ ଅଭିନେତ୍ରୀଙ୍କ ଉପରେ ପରୋକ୍ଷ ଦୋଷ ଲଦିବା ସହ ଏବଂ ସାଧାରଣ ଲୋକଙ୍କ କଟୁ ସମାଲୋଚନା କରିଛନ୍ତି ।

ଏହା ପରେ ପ୍ରକୃତିଙ୍କ କିଛି ବନ୍ଧୁ, ପ୍ରଶଂସକ ଓ ଶୁଭେଚ୍ଛୁ ସୋସିଆଲ ମିଡିଆରେ ତାଙ୍କ ସମର୍ଥନରେ ବାହାରିଛନ୍ତି । ବିଚ୍ ରାସ୍ତାରେ ପ୍ରକୃତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ତାଙ୍କ ସହ ଠିଆ ହେବେ ବୋଲି ଲେଖିଛନ୍ତି ।

ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ତାଙ୍କ ପ୍ରଶଂସକ ମାନେ ପ୍ରକୃତିଙ୍କ ସମର୍ଥନରେ ଦରଦ ଦେଖାଇଛନ୍ତି । ପ୍ରକୃତିଙ୍କ ସମର୍ଥନରେ ବାହାରିଥିବା ତାଙ୍କ ପ୍ରଶଂସକଙ୍କ ପୋଷ୍ଟ ଗୁଡ଼ିକୁ ରିପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ପ୍ରକୃତିଙ୍କ ସପକ୍ଷରେ ବାହାରିଥିବା ନେଟିଜେନଙ୍କ ପୋଷ୍ଟକୁ ପ୍ରକୃତି ଷ୍ଟୋରୀରେ ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.