Latest Odisha News

BREAKING NEWS

ସମ୍ବଲପୁର ଅଞ୍ଚଳରେ ପୁଣି ୨ ହାତୀଙ୍କୁ ପୋଡ଼ିଲା କିଏ?

ସମ୍ବଲପୁର : ସମ୍ବଲପୁର ଧମା ରେଞ୍ଜ ଅଞ୍ଚଳରେ ପୁଣି ଦୁଇ ହାତୀଙ୍କୁ ପୋଡ଼ି ମାରିଥିବା ଦେଖାଯାଇଛି ।  ଆଜି ପୋଡ଼ା ଅବସ୍ଥାରେ ୨ଟି ହାତୀ କଙ୍କାଳ ଠାବ ହୋଇଛି। ହାତୀକୁ କିଏ ମାରିଲା ଏବଂ ବନ ଅଧିକାରୀମାନେ କିପରି କିଛି ଜାଣିପାରିଲେ ନାହିଁ ଏହାକୁ ନେଇ ଏବେ ଚର୍ଚା ଜୋର ଧରିଛି ।  ତବଲେଇ-ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିବା ବେଳେ ଅନ୍ୟଟି କୋଲଗାଁ ସଂରକ୍ଷିତ ଜଙ୍ଗଲରୁ ମିଳଛି।   ଏସଟିଏଫର ଏକ ୩ଜଣିଆ ଟିମ୍ ସମ୍ବଲପୁରରେ ଖୋଳତାଡ କରି ଏହି ହାତୀ କଙ୍କାଳ ଠାବ କରିଛି  । ତେବେ ହାତୀ ଶିକାର କରିଥିବା ଶିକାରୀଙ୍କ ଠିକଣା କାହା ପାଖେ ନାହିଁ ।

ବୌଦ୍ଧ,ଆଠଗଡ ପରେ ଏବେ ସମ୍ବଲପୁରରୁ ହାତୀ କଙ୍କାଳକୁ ନେଇ ସାରା ଦେଶରେ ଚର୍ଚା ଆରମ୍ଭ ହୋଇଛି । ଶିକାରୀମାନେ ସମ୍ବଲପୁରରେ ମଧ୍ୟ ହାତୀ ଶିକାର କରୁଥିବା ଏଥିରୁ ପ୍ରମାଣ ମିଳିଛି ।  ସମ୍ବଲପୁର ବନଖଣ୍ଡ ଧମା ଫରେଷ୍ଟ ରେଞ୍ଜ କେଶାପାଲି ପଂଚାୟତ କୋଲଗାଁ ଜଙ୍ଗଲରେ ହାତୀକୁ ହତ୍ୟା  କରି ଜଙ୍ଗଲ ଭିତରେ ପୋଡି ଦେଇଥିବାକୁ ସହଜରେ ଗ୍ରହଣ କରିହେବ ନାହିଁ ବୋଲି ମତ ଦେଇଛନ୍ତି ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏଭଳି ସାଂଘାତିକ ଘଟଣା ଦେଖିବାକୁ ମିଳିଥିବା ବେଳେ ଡିଏଫଓ ଘଟଣାସ୍ଥଳକୁ ଏପର୍ଯ୍ୟନ୍ତ ଆସିନାହାନ୍ତି ।  ଏସଟିଏଫ ହାତୀ କଙ୍କାଳ ଠାବ କଲା ପରେ ସମ୍ବଲପୁରରେ ମଧ୍ଯ ହାତୀ ଦାନ୍ତ ମାଫିଆ ସକ୍ରିୟ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।  ତେବେ ପୋଡାଯାଇଥିବା ହାତୀର ବଡ ବଡ ହାଡ ରହିଥିବାବେଳେ ବାକି ସବୁ ପୋଡି ଯାଇଥିବା କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ।

ତେବେ ବନ ବିଭାଗର ବିଫଳତା କାରଣରୁ ଏଭଳି ହାତୀ ମୃତ୍ୟୁ ସମ୍ବଲପୁରରେ ବଢ଼ୁଥିବା ସାଧାରଣ ଲୋକେ କହୁଛନ୍ତି ।   ଶିକାରୀମାନଙ୍କୁ କଠୋର ଦଣ୍ଡ ଦିଆଯାଉନଥିବାରୁ ଏଭଳି ହାତୀମୃତ୍ୟୁ ରାଜ୍ୟରେ ଘଟୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.