Latest Odisha News

ଇତିଶ୍ରୀ ମୃତ୍ୟୁ ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଆଜୀବନ ସଜା କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି । ଏନେଇ କୋରାପୁଟ ଜେଲ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି ।

ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଦଣ୍ଡ ଭୋଗୁଛନ୍ତି ନେତ୍ରାନନ୍ଦ ଦଣ୍ଡସେନା । ଗତକାଲି ତାଙ୍କର ଦେହ ଖରାପ ହୋଇଥିଲା । ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

୨୦୧୩ ମସିହା ଅକ୍ଟୋବର ମାସରେ ରାୟଗଡ଼ା ଟିକିରି ସ୍କୁଲରେ ଠିକା ଶିକ୍ଷକ ଭାବରେ କାର‌୍ୟ୍ୟରତ ଇତିଶ୍ରୀ ପ୍ରଧାନଙ୍କ ଉପରେ ଦୁର୍ବୃତ୍ତ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାୟଗଡ଼ା ଓ ପରେ ବିଶାଖାପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୦୧୩ ନଭେମ୍ବର ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ନେତ୍ରାଦଣ୍ଡ ଦଣ୍ଡସେନାଙ୍କ ନାଁରେ ଥାନାରେ ଏତଲା ହୋଇଥିଲା । ଘଟଣାର ତଦନ୍ତ କରିଥିଲା ସିବିଆଇ । ୨୦୧୬ ଏପ୍ରିଲରେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ରାୟଗଡ଼ା ଜିଲ୍ଲା ଓ ଦୌରା ଜଜ୍ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ।

Leave A Reply

Your email address will not be published.