Latest Odisha News

BREAKING NEWS

ଅଗଷ୍ଟ ଶେଷ ସୁଦ୍ଧା ଆସିବ ପ୍ରଥମ ପର୍ଯ୍ୟାୟ ଋଷ ଟୀକା: ରିପୋର୍ଟ

ମସ୍କୋ: ରୁଷିଆ ଆଣିଛି ବିଶ୍ୱର ପ୍ରଥମ କରୋନା ଟୀକା । ଏହାର ପ୍ରଥମ ବ୍ୟାଚ୍ ପ୍ରସ୍ତୁତ କରାଯାଇଛି ବୋଲି ଜାତୀୟ ନ୍ୟୁଜ୍ ଏଜେନ୍ସି ପକ୍ଷରୁ ପ୍ରକାଶ କରାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୧ ରେ ମସ୍କୋର ଗାମେଲିଆ ପ୍ରତିଷ୍ଠାନ ଦ୍ୱାରା ବିଶ୍ୱର ପ୍ରଥମ କରୋନା ଟୀକା ବିକଶିତ କରାଯାଇଥିବା ଋଷ ଦାବି କରିଛି । ଏକ ଟୀକା ସମସ୍ତ ଅନୁମୋଦନ ପାଇବା ପରେ ବ୍ୟବହାର ପାଇଁ ଉପଯୁକ୍ତ ଥିବା ଋଷ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ଏହା ହେଉଛି ବିଶ୍ୱର ପ୍ରଥମ କୋଭିଡ ଟୀକା ଯାହା ଜନ ସାଧାରଣଙ୍କ ବ୍ୟବହାର ପାଇଁ ଅନୁମୋଦିତ ବୋଲି କୁହାଯାଉଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଅଗଷ୍ଟ ଶେଷ ସୁଦ୍ଧା ରୁଷିଆ ଗାମେଲିଆ ଇନଷ୍ଟିଚ୍ୟୁଟ୍ ବିକଶିତ କରିଥିବା ଏହି କରୋନା ଟୀକାକୁ ସାରା ବିଶ୍ୱକୁ ପ୍ରଦାନ କରିବ।

ପୂର୍ବ ଘୋଷଣା ଅନୁଯାୟୀ, ଏହି ଟୀକା ସେପ୍ଟେମ୍ବର ସୁଦ୍ଧା ଜନସାଧାରଣଙ୍କ ବ୍ୟବହାର ପାଇଁ ଏବଂ ଅକ୍ଟୋବର ସୁଦ୍ଧା ମାସ ପ୍ରଡ଼କ୍ସନ ପାଇଁ ଉପଯୋଗୀ ହେବ। ମାତ୍ର ଏହି ଟୀକାର ଦ୍ରୁତ ଗତିରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ହୋଇଛି ।ଏହି ଦୁଇଟି ପର୍ଯ୍ୟାୟର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦୁଇ ମାସରୁ କମ୍ ସମୟ ମଧ୍ୟରେ ସମାପ୍ତ ହୋଇଥିଲା।

Leave A Reply

Your email address will not be published.