Latest Odisha News

BREAKING NEWS

ଫେସବୁକରେ ଗ୍ରହଣୀୟ ନୁହେଁ ହିଂସା ଓ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ; ଫେସବୁକ ମୁଖପାତ୍ର

ନୂଆଦିଲ୍ଲୀ: ମଜାମସ୍ତି ତଥା ସମୟ ଅତିବାହିତ ପାଇଁ ବ୍ୟବହାର କରାଯାଉଥିବା ସୋସିଆଲ ପ୍ଲାଟଫର୍ମ ଏବେ ଅନେକଙ୍କ ପାଇଁ ସାଜୁଛି ରଣଭୂମି। ପରସ୍ପରକୁ ଲୋକମାନେ ଏଥିରେ ଘୃଣିତ ମନ୍ତବ୍ୟ ଦେଉଥିବା ବେଳେ ଅନେକ ସମୟରେ ହିଂସା ସୃଷ୍ଟିକାରୀ ମନ୍ତବ୍ୟ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି।

ଅନେକ ସମୟରେ ସୋସିଆଲ ମିଡ଼ିଆର ସାମାନ୍ୟତମ ପୋଷ୍ଟରୁ ତୁମୁଳକାଣ୍ଡ ହେଉଥିବାର ଘଟଣାମାନ ସାମ୍ନାକୁ ଆସୁଛି ।

ତେବେ ଏଭଳି ହିଂସା ଓ ଘୃଣା ସୃଷ୍ଟିକାରୀ ମନ୍ତବ୍ୟକୁ ପୋଷ୍ଟ କରିବାକୁ ଫେସବୁକ ପକ୍ଷରୁ ବାରଣ କରାଯାଇଥିବା କହିଛନ୍ତି ଫେସବୁକ ମୁଖପାତ୍ର ।ଆହୁରି ମଧ୍ୟ ସେ କହିଛନ୍ତି ଯେ, “ଯିଏ ଯେଉଁ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି,ସମସ୍ତଙ୍କ ପାଇଁ ଏହି ବାରଣ କରାଯାଇଛି । ସାରା ବିଶ୍ୱର ସବୁ ବ୍ୟକ୍ତି ଓ ରାଜନୈତିକ ଦଳ ପାଇଁ ସମାନ ନିୟମ ରହିଛି। ସ୍ୱଚ୍ଛତା ପାଇଁ ଆମେ ସର୍ବଦା ଅଡିଟ୍ କରୁଛୁ” ବୋଲି ଫେସବୁକ୍ ମୁଖପାତ୍ର ସୂଚନା ଦେଇଛନ୍ତି

Leave A Reply

Your email address will not be published.