Latest Odisha News

BREAKING NEWS

ମାଲକାନଗିରି ତୁଲସୀ ଗାଁ ନିକଟରେ ପ୍ରତିଷ୍ଠା ହେଲା ପୋଲିସ ଓ ବିଏସଏଫର ନୂଆ ସୁରକ୍ଷା ଶିବିର

ମାଲକାନଗିରି ଜିଲ୍ଲାର ତୁଲସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅନ୍ତର୍ଗତ ତୁଲସୀ ଗାଁ ନିକଟରେ ପୋଲିସ ଓ ବିଏସଏଫ ଓଡ଼ିଶାର ଏକ ନୂଆ କମ୍ପାନୀ ଅପରେଟିଂ ବେସ୍ – ସିଓବି ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ତ୍ୱରାନ୍ୱିତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର ପ୍ରତିଷ୍ଠା କରାଯାଇଛି । ନୂଆ ସିଓବି ପ୍ରତିଷ୍ଠା ଦ୍ୱାରା ତୁଲସୀ ଗାଁ ଓ ନିକଟସ୍ଥ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଆଗେଇବା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ହୋଇପାରିବ । ଏହା ଦ୍ବାରା ସୁରକ୍ଷା ବାହିନୀର ମାଓ ଦମନ ଅଭିଯାନ ଆହୁରି ପ୍ରଭାବଶାଳୀ ହୋଇପାରିବ ।

ସୂଚନାଯୋଗ୍ୟ, ଚଳିତମାସ ବିଏସଏଫକୁ ମାଲକାନଗିରି ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନକୁ ବଡ଼ ସଫଳତା ମିଳିଛି । ଜିଲ୍ଲାର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଆର୍ଲିଙ୍ଗପଡ଼ା ଗାଁ ନିକଟରେ ସୁରକ୍ଷା କର୍ମୀ ମାଓ କ୍ୟାମ୍ପ ଠାବ କରିଥିବା ବେଳେ ବିପୁଳ ବିସ୍ଫୋରକ ଜବତ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବିଏସଏଫର ୧୭୭ ବାଟାଲିୟନ୍ ଅପରେସନ୍ ଆରମ୍ଭ କରିଥିଲା । ଯୋଡ଼ାମ୍ବ ଥାନା ଯନ୍ତ୍ରୀ ପଞ୍ଚାୟତର ଆର୍ଲିଙ୍ଗପଡ଼ାରେ ଅପରେସନ୍ ଆରମ୍ଭ କରିଥିଲେ ଓ ମାଓ କ୍ୟାମ୍ପରୁ ବିଏସଏଫ୍ ବିପୁଳ ବିସ୍ଫୋରକ ଜବତ କରିଥିଲା ।

ବିସ୍ଫୋରକ ଭିତରେ ୧୪ଟି ଡିଟୋନେଟର, ୭ଟି ଗେଲଟିନ୍ ଷ୍ଟିକ୍, ୪ ବଣ୍ଡଲ୍ କଡେସ୍କ ୱେୟାର, ଇଲେକ୍ଟି ତାର, ଭଙ୍ଗା କାଚ ଖଣ୍ଡ, ଛତା, ପୋଷାକ, ଖାଲି ଟିଫିନ୍ ବୋମା ଆଦି ମିଳିଥିଲା । ଜବତ ସାମଗ୍ରୀ ଆଇଇଡି (ଇମପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍) ପାଇଁ ବ୍ୟବହାର ହେଉଥିଲା ବୋଲି ବିଏସଏଫ ପକ୍ଷରୁ କୁହାଯାଇଥିଲା।

Leave A Reply

Your email address will not be published.