Latest Odisha News

ରେଳଷ୍ଟେସନରେ ଦଳାଚକଟା ଘଟଣା: କୁଲି କହିଲେ ସେହି କାଳରାତ୍ରୀର ଛାତିଥରା କଥା

ନୂଆଦିଲ୍ଲୀ: ଗତକାଲି ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳଚକଟାରେ ୧୮ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏହି ଅଘଟଣା ଘଟିବା ବେଳେ ସେହି ରେଳ ଷ୍ଟେସନରେ ଉପସ୍ଥିତ ଥିବା  ଜଣେ କୁଲି ସେହି ସମୟର ହୃଦୟଥରା ଦୃଶ୍ୟ ବିଷୟରେ କହିଛନ୍ତି ।

ସେ କହିଛନ୍ତି ଯେ , ମୁଁ ୧୯୮୧ ମସିହାରୁ କୁଲି ଭାବରେ ଏଠାରେ କାର୍ଯ୍ୟ କରୁଛି , କିନ୍ତୁ ମୁଁ ପୂର୍ବରୁ ଏପରି ଭିଡ କେବେ ଦେଖି ନଥିଲି। ପ୍ରୟାଗରାଜ ସ୍ପେଶାଲ୍ ଟ୍ରେନ ପ୍ଲାଟଫର୍ମ ନମ୍ବର ୧୨ରୁ ଛାଡିଥାନ୍ତା , କିନ୍ତୁ ଉକ୍ତ ଟ୍ରେନଟି ପ୍ଲାଟଫର୍ମ ନମ୍ବର ୧୬କୁ ସିଫ୍ଟ କରାଯାଇଥିଲା। ଏହି ସମୟରେ ପ୍ଲାଟଫର୍ମ ୧୨ରେ ଅପେକ୍ଷା କରୁଥିବା ଯାତ୍ରୀ ଏବଂ ବାହାରେ ଅପେକ୍ଷା କରିଥିବା ଯାତ୍ରୀ ଏକାସହ ପ୍ଲାଟଫର୍ମ ୧୬ରେ ପହଞ୍ଚିବାକୁ ଚେଷ୍ଟା କଲେ,ସେତେବେଳେ ଲୋକମାନେ ଠେଲାପେଲା ହୋଇ ଏସ୍କାଲେଟର ଏବଂ ଶିଡି ଉପରେ ପଡ଼ିଗଲେ । ସେଠାରେ ଉପସ୍ଥିତ କୁଲି ଭାଇମାନେ  ଦୌଡିକି ଆସି ରାସ୍ତା ଅବରୋଧ କରି ଲୋକଙ୍କୁ ଅଟକାଇ ଥିଲେ ଓ ମୃତକମାନଙ୍କୁ ସେଠାରୁ ବାହାର କରିଥିଲୁ ।

ଆହୁରି ମଧ୍ୟ ସେ କହିଛନ୍ତି, ଆମେ ନିଜେ ୧୫ଜଣଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ରଖିଥିଲୁ । ପ୍ଲାଟଫର୍ମରେ କେବଳ ଜୋତା ଏବଂ ପୋଷାକ ପଡିଥିଲା ।  ଏହି ହୃଦୟଥରା ଘଟଣା ଦେଖିଲା ପରେ ରାତିରେ ଆଉ ଖାଇବା ମଧ୍ୟ ଖାଇ ପାରି ନାହିଁ । ତିନି ଘଣ୍ଟା ଯାଏଁ ଆମର କୁଲି ଭାଇମାନେ ସମସ୍ତଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ଆମେ ପୋଲିସ, ଦମକଳ ଗାଡିକୁ ଖବର ଦେଇଥିଲୁ ଓ ତିନି ଚାରିଟା ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଲୋକଙ୍କୁ ଡାକ୍ତରଖାନା ନେଇକି ଯାଇଥିଲା ।

ସେହିପରି ପ୍ଲାଟଫର୍ମରେ ଦୋକାନ କରିଥିବା ରବି ନାମକ ଜଣେ ବ୍ୟକ୍ତି କହିଛନ୍ତି, ଗତକାଲି ରାତିରେ ମଧ୍ୟ ଦୋକାନ  ମୋର ଖୋଲା ଥିଲା । ଏପରି ଭିଡ଼ କେବେ ଦେଖିନଥିଲି । ଏତେ ଭୟଙ୍କର ଭିଡ଼ ଦେଖି ଆମେ ଭୟଭୀତ ହୋଇଗଲୁ । ଯେତେବେଳେ ପ୍ରୟାଗରାଜ ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର ୧୪ରେ ପହଞ୍ଚିଲା ସେତେବେଳେ ଏହି ଦଳାଚକଟା ହୋଇଥିଲା ।  ଲୋକମାନେ ଜଣଙ୍କ ଉପରେ ଜଣେ ପଡିଯାଇଥିଲେ । ଏହି ଦୁର୍ଘଟଣା ଶିଡିରେ ଘଟିଥିଲା ​​।

 

Comments are closed.