Latest Odisha News

BREAKING NEWS

ନୂଆବର୍ଷ ପ୍ରସ୍ତୁତି: ଜିରୋନାଇଟ ସେଲେବ୍ରେଶନ ପାଇଁ ପୁରୀ ଓ ଭୁବନେଶ୍ୱରରେ ଜାରି ହେଲା କଟକଣା

ଭୁବନେଶ୍ୱର: ୨୦୨୩ ତାର ଶେଷ ସ୍ପର୍ଶ ଦେଇ ଆଉ କିଛି ଘଣ୍ଟା ପରେ ସବୁଦିନ ପାଇଁ ବିଦାୟ ନେବ । ନୂଆ ବର୍ଷକୁ ସ୍ୱାଗତ କରିବ ଦୁନିଆ ।    ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ଚାହିଁ ବସିଛନ୍ତି ଲୋକେ । ତେବେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଜଧାନୀରେ ଆଜିଠାରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ୧୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।    ବିଭିନ୍ନ ଛକରେ ପୋଲିସ ଅଧିକାରୀ ମୁତୟନ ରହି ରୋଡ ରୋମିଓଙ୍କୁ ଜଗିବେ । ଏଥି ପାଇଁ ରାଜଧାନୀର ୨୯ଟି ଛକରେ ଚେକିଂ କରାଯିବ ।  ମଦ୍ୟପାନ କରି ଦ୍ରୁତ ଗାଡି ଚଳାଉଥିବା ବ୍ୟକ୍ତିଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ  । ୪ ଜଣ ଆଡିସନାଲ ଡିସିପି, ୭ ଜଣ ଏସିପି, ୨୪ ଜଣ ଇନ୍ସପେକ୍ଟର ସହ ୮୭ ଜଣ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

ସେହିପରି ପୁରୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନୋ-ଭେହିକିଲ ଜୋନ କରାଯାଇଛି । ଦିଗବାରେଣିରୁ ବତୀଘର ଯାଏ ସମୁଦ୍ରକୂଳ ରାସ୍ତା ମଧ୍ୟ ନୋ ଭେହିକିଲ ଜୋନ କରାଯାଇଛି । ସମସ୍ତ ଟୁରିଷ୍ଟ ବସ ମାଳତୀପାଟପୁର ବସଷ୍ଟାଣ୍ହରେ ରହିବା ବ୍ୟବସ୍ଥା କରାଯାଇଛି । ହାଲୁକା ଯାନ ପାଇଁ ଜଗନ୍ନାଥ ବଲ୍ଲଭ, ଜେଲ ରୋଡ ପାର୍କିଂରେ ବ୍ୟବସ୍ଥା କରାଯାଇଛି । ଏଥିସହିତ ଶରଧାବାଲି ପାର୍କିଂ ଏବଂ ଯାତ୍ରିକାରେ ବି ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହି କଟକଣା ଆଜି ଏବଂ ଆସନ୍ତାକାଲି ୨ ଦିନ ପାଇଁ ବଳବତ୍ତର ରହିବ ।

Leave A Reply

Your email address will not be published.