Latest Odisha News

BREAKING NEWS

ବାହାରିଲା ଏଏସଓ ପରୀକ୍ଷା ଫଳ: ୭୮୭ କୃତକାର୍ଯ୍ୟ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ଝିଅ

ଭୁବନେଶ୍ୱର:ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସିଙ୍କ ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସଫଳ ହୋଇଥିବା ୭୮୭ ଜଣ ପରୀକ୍ଷାର୍ଥୀଙ୍କୁ ଏଏସଓ ପଦବୀରେ ନିଯୁକ୍ତି ଦିଆଯିବା ନେଇ ଓପିଏସସିଙ୍କ ପକ୍ଷରୁ ଜାରି ଏକ ରିଲିଜରେ କୁହାଯାଇଛି  ।

ପରୀକ୍ଷାରେ ସମୀର ପାତ୍ର ଟପ୍ପର ହୋଇଥିବାବେଳେ ଜାଗୃତି ସାହୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପୁପୁନ ପାଣିଗ୍ରାହୀ ତୃତୀୟ ସ୍ଥାନରେ ଥିବାବେଳେ ୪ର୍ଥରେ ଅଭିଳାଷ ରାୟଗୁରୁ ଓ ୫ମରେ ଅଛନ୍ତି ସୌଭାଗ୍ୟ ଚନ୍ଦ୍ରଶେଖର । ତେବେ ଝିଅମାନଙ୍କ ତୁଳନାରେ ପୁଅମାନେ ଏହି ପରୀକ୍ଷାରେ ଭଲ କରଛନ୍ତି । ଏପରିକି ପ୍ରଥମ ୧୦ ଜଣରେ ଜଣେ ଝିଅ ଅଛନ୍ତି ।   ରାଜ୍ୟ ସରକାରଙ୍କ  ସଚିବାଳୟ ଓ ଭୁବନେଶ୍ୱରରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ ଏମାନେ ନିଯୁକ୍ତି ପାଇବେ ।

ସୂଚନାଥାଉ କି, ଏହି ପରୀକ୍ଷା ପାଇଁ ୨୦୨୨ ଅଗଷ୍ଟ ୨୭ ତାରିଖରେ ରିଟେନ ଟେଷ୍ଟ ହୋଇଥିଲା ଏବଂ ସେହିବର୍ଷ ଡିସେମ୍ବର ୪ ତାରିଖରେ ଦକ୍ଷତା ପରୀକ୍ଷା ହୋଇଥିଲା । ୧ଲକ୍ଷ ୪୮ହଜାର ୮୮୮ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୧୧୦୪ଜଣଙ୍କୁ ସ୍କିଲ ଟେଷ୍ଟ ଓ ଚୂଡ଼ାନ୍ତ ଦସ୍ତାବିଜ ଯାଂଚ ନିମନ୍ତେ ଡକାଯାଇଥିଲା ।

Leave A Reply

Your email address will not be published.