Latest Odisha News

BREAKING NEWS

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟତା କରିବ ‘ରୋବୋ ବାସ୍କେଟ’

ଯାଜପୁର: ରୋବଟ କରିବ କରୋନା ଚିକିତ୍ସାରେ ସହାୟତା । ସୁରକ୍ଷିତ ରହିବେ କରୋନା ଯୋଦ୍ଧା ଡାକ୍ତର ଓ ନର୍ସ । ଏଥିପାଇଁ ଆଗେଇ ଆସିଛନ୍ତି ଯାଜପୁର ସ୍ଥିତ ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ୍ ମାନସ ରଞ୍ଜନ ମହାନ୍ତି ।

ଅତ୍ୟାଧୁନିକ ଜ୍ଞାନ କୌଶଳରେ ମାନସ ନିର୍ମାଣ କରିଛନ୍ତି ଏହି ରୋବଟ୍ । ଯାହା କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ । ମାନସ ଏହି ରୋବଟ୍ ର ନାମ ରଖିଛନ୍ତି “ରୋବୋ ବାସ୍କେଟ୍‌” ।

ମୋବାଇଲ ଆପ୍ ବା ରିମୋର୍ଟ ଦ୍ୱାରା ଏହା ପରିଚାଳିତ ହୁଏ । ରୋଗୀଙ୍କ ନିକଟକୁ ନଯାଇ ଦୁରରେ ରହି ଏହି ରୋବଟ୍ ସାହାଯ୍ୟରେ ତାଙ୍କ ସହ ଯୋଗାଯୋଗ କରାଯିବା ସହ ମେଡିସିନ୍ ଓ ଖାଦ୍ୟ ଆଦି ପଠାଯାଇ ପାରିବ ।

ସଂକ୍ରମଣରୁ ବଂଚିବା ପାଇଁ ଏହାକୁ କୋଭିଡ ହସ୍ପିଟାଲ ଓ କ୍ୱାରେଂଟାଇନ୍ ସେଂଟର ରେ ବ୍ୟବହାର କରାଯାଇପାରିବ ବୋଲି ମାନସ କହିଛନ୍ତି ।

ତେବେ ସରକାର ଯଦି ଚାହିଁବେ ଏବଂ ସହଯୋଗ କରିବେ, ତାହେଲେ ଏଭଳି ଅଧିକ ରୋବଟ ପ୍ରସ୍ତୁତ କରି ସରକାରଙ୍କୁ ଯୋଗାଇ ଦେବେ ବୋଲି କହିଛନ୍ତି ମାନସ । ସେପଟେ ଏହି ରୋବଟ୍ ନିର୍ମାଣରେ ମାନସ ଙ୍କୁ ସହଯୋଗ କରିଛନ୍ତି ତାଙ୍କ ପତ୍ନୀ । ମାନସ ଙ୍କ ଏଭଳି ଏକ ରୋବଟ ନିର୍ମାଣ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି ।

ମହାମାରୀ କରୋନାର ମୁକାବିଲା ପାଇଁ ସାରା ବିଶ୍ୱର ବୈଜ୍ଞାନିକ ମାନେ ନୂଆନୂଆ ଉପକରଣ ନିର୍ମାଣ କରିବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ଯାଜପୁରର ମାନସଙ୍କ ଏହି କାର୍ଯ୍ୟ ବେଶ ପ୍ରସଂଶନୀୟ ।

Leave A Reply

Your email address will not be published.