Latest Odisha News

BREAKING NEWS

ତେଲେଙ୍ଗାନାରେ ମେ’ ୨୯ ଯାଏଁ ତାଲାବନ୍ଦ

ହାଇଦ୍ରାବାଦ: ତେଲେଙ୍ଗାନାରେ ବଢ଼ିଲା ତାଲାବନ୍ଦ ଅବଧି । ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନାରେ ଲକଡାଉନ୍ ସମୟସୀମାକୁ ମେ’ ୨୯ ଯାଏଁ ବୃଦ୍ଧି କରାଯାଇଛି । କ୍ୟାବିନେଟ ବୈଠକ ପରେ ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।

ସେ କହିଛନ୍ତି ଯେ, କେନ୍ଦ୍ର ଜାରି କରିଥିବା ଗାଇଡଲାଇନ୍ ଅନୁସାରେ ରେଡ୍ ଜୋନ୍‌କୁ ଛାଡ଼ି ଅନ୍ୟ ଅଞ୍ଚଳରେ ବିଭିନ୍ନ କଟକଣା କୋହଳ କରାଯିବ । ଲକ୍‌ଡାଉନ୍ ସମୟରେ ସମଗ୍ର ରାଜ୍ୟରେ ସନ୍ଧ୍ୟା ୭ଟା ରୁ ସକାଳ ୭ଟା ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରୁ ଲକ୍‌ଡାଉନ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ଏହାଛଡ଼ା କଣ୍ଟେନ୍‌ମେଣ୍ଟ୍ ଜୋନ୍ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକୁ ପୁଣି ଖୋଲିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ, ବୁଧବାର ଠାରୁ ମଦ ମୂଲ୍ୟ ୧୬% ବୃଦ୍ଧି ପାଇବ ବୋଲି ସରକାର କହିଛନ୍ତି। କେବଳ ମାସ୍କ ପିନ୍ଧି ଆସିଥିବା ଗ୍ରାହକମାନଙ୍କୁ ମଦ ବିକ୍ରୟ କରାଯିବ ବୋଲି କେସିଆର୍ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.