Latest Odisha News

BREAKING NEWS

ହୋଲି ଥିମ୍‌ରେ ନୂଆ ଓଡିଆ ମ୍ୟୁଜିକ ଆଲବମ୍ ରିଲିଜ

ଭୁବନେଶ୍ୱର: ଆଜିକାଲି ଯୁବପିଢିଙ୍କ ମଧ୍ୟରେ ୟୁଟ୍ୟୁବ ମ୍ୟୁଜିକ ଆଲବମକୁ ନେଇ ବେଶ୍ କ୍ରେଜ ରହିଛି । ଏହି କ୍ରମରେ ହୋଲି ଅବସରରେ କେତେକ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ସମରେଶ ରାଉତରାୟଙ୍କ ଓଡିଆ ୱାନ ପ୍ରଡକ୍ସନର ହୋଲି ଆଲବମରେ ଅସୀମା ପଣ୍ଡା ଓ କୁଲଦୀପ ଗାଇଛନ୍ତି ହୋଲିରେ ହୋଲିରେ ଆସିଛି ହୋଲିରେ ଆଖିରେ ଆଖିରେ ମାରୁଛୁ ଗୋଲିରେ ।

ସେହିପରି ମା ପୁଣ୍ୟତୋୟା ପ୍ରଡକ୍ସନରେ ଆସିଛି ହୋଲି ଗୀତ ‘ଏ ରଙ୍ଗ ପିଚକାରୀରେ ଆଜି ଦିଅ ଭରିରେ ନାଚୁ ଏ ଜମାନା ନୋ ନିଡ୍ ଟୁ ସରିରେ’ । ସଙ୍ଗୀତା ମହାନ୍ତି ଗୀତଟିକୁ ଲେଖିଥିବା ବେଳେ ସଜାଇଛନ୍ତି ବିରଜା ପ୍ରସାଦ । ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଅସୀମା ପଣ୍ଡା ।

ସେପଟେ ରୁକ୍ମିଣୀ କ୍ରିଏସନ ପ୍ରଡକ୍ସନର ‘ହୋଲି ହୋଲିରେ ହୋଲି ହୋଲି’ ୟୁଟ୍ୟୁବରେ ରିଲିଜ ହୋଇଛି । ପ୍ରଫୁଲ୍ଲ ଦଲେଇ ପ୍ରଯୋଜିତ ଏହି ଗୀତକୁ ମେଲୋଡିୟସ ନିର୍ଦ୍ଦେଶକ ଦୀପକ କୁମାର ନିର୍ଦ୍ଦେଶନା ଦେଇଛନ୍ତି । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଦୀପ୍ତି ପାଢୀ ଏହାକୁ ଗାଇଛନ୍ତି ।

ବିଶିଷ୍ଟ ଗୀତିକାର ଓ ସାହିତ୍ୟିକ ଦେବଦାସ ଛୋଟରାୟଙ୍କ ଏକ ହୋଲି କବିତାକୁ ନେଇ ପ୍ରସ୍ତୁତ ହୋଇଛି ମ୍ୟୁଜିକ ଭିଡିଓ- ‘ରଙ୍ଗୀନ ଛତା ଖୋଲି ଆସିଛି ହୋଲି, ତାର ନେଳିଆ ଖରା ଓ ବର୍ଷା ନାଲି ’ । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର ଓ ଗୀତଟିିକୁ ଗାଇଛନ୍ତି ସସ୍ମିତା ଦାସ ।

Leave A Reply

Your email address will not be published.