Latest Odisha News

BREAKING NEWS

ମଧ୍ୟପ୍ରଦେଶ ରାଜନୀତିରେ ସବୁ ଦିଗରୁ କଂଗ୍ରେସର କ୍ଷତି: ସରକାର ଗଠନର ୫ ସମୀକରଣ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ କମଳନାଥ ସରକାର ଭାଙ୍ଗିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତଥାପି ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ ସରକାର ଗଠନର ୫ ସମୀକରଣ ।

ପ୍ରଥମ ସମୀକରଣ: ବିଧାୟକଙ୍କ ଇସ୍ତଫା ମଂଜୁର ହେଲେ
୨ ବିଧାୟକଙ୍କ ପରଲୋକ ପରେ ସଂଖ୍ୟା ଏବେ : ୨୨୮
୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେଲେ: ୨୦୬
ସରକାର ଗଠନ ପାଇଁ ଆବଶ୍ୟକ : ୧୦୪
ବିଜେପି : ୧୦୭ (୩ ଅଧିକ)
କଂଗ୍ରେସ: ୯୨
ଦ୍ୱିତୀୟ ସମୀକରଣ: ସ୍ୱାଧୀନଙ୍କ ସମର୍ଥନ ଓ ବିଧାୟକଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଲେ
ବିଜେପି : ୧୦୭+୪ ନିର୍ଦ୍ଧଳୀୟ = ୧୧୧
୨୪ସିଟରେ ଉପ ନିର୍ବାଚନ (୨୨ କଂଗ୍ରେସ ବିଧାୟକ+୨ ପରଲୋକ ବିଧାୟକ) ହେଲେ ବିଜେପିକୁ ସଂଖ୍ୟା ଗରିÂତା ପାଇଁ ୫ ସିଟ ଆବଶ୍ୟକ । ନିର୍ଦ୍ଧଳୀୟ ସମର୍ଥନ ନ କଲେ ପାର୍ଟିକୁ ୯ ସିଟ ଜିତିବାକୁ ପଡିବ । ଅପରପକ୍ଷରେ କଂଗ୍ରେସ ସହ ସ୍ୱାଧୀନ ବିଧାୟକ ରହିଲେ ମଧ୍ୟ ୨୧ ସିଟ ଜିତିବାକୁ ପଡିବ ।

ତୃତୀୟ ସମୀକରଣ: ସ୍ୱାଧୀନ, ବିଏସପି, ଏସପି ବିଧାୟକ ମିଶିଲେ 

ବିଜେପି ପାଖରେ ୧୦୭ ଅଛି । ୪ ସ୍ୱାଧୀନ, ୨ ବିଏସିପି, ୧ ଏସପି ବିଧାୟକ ମିଶିଲେ ସଂଖ୍ୟା ୧୧୪ ହେଉଛି । ଉପନିର୍ବାଚନ ହେଲେ ବିଜେପିକୁ ୨ଟି ସିଟ ଦରକାର । ଅପରପକ୍ଷରେ କଂଗ୍ରେସକୁ ସ୍ୱାଧୀନ ବିଧାୟକ ସମର୍ଥନ ମିଳିଲେ ଆହୁରି ୨୦ ସିଟ ଆବଶ୍ୟକ ହେବ ।

ଚତୁର୍ଥ ସମୀକରଣ: ସମସ୍ତ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କଲେ
ଅଯୋଗ୍ୟ ଘୋଷିତ ବିଧାୟକ ନିର୍ବାଚନ ଲଢ଼ିପାରିବେ ନାହିଁ ।

୫ମ ସମୀକରଣ: କଂଗ୍ରେସର ସମସ୍ତ ବିଧାୟକ ଇସ୍ତଫା ଦେଲେ
ଏହି ପରିସ୍ଥିିତିରେ ରାଜ୍ୟପାଳ ମଧ୍ୟବର୍ତିକାଳୀନ ନିର୍ବାଚନ କିମ୍ବା ଉପ ନିର୍ବାଚନ ହେବ ତାହା ସେ ନିଷ୍ପତି ନେବେ । ଉପ ନିର୍ବାଚନ ପରିସ୍ଥିତିରେ ବିଜେପି ଫାଇଦାରେ ରହିବ । ରାଜ୍ୟପାଳ ତାଙ୍କୁ ସରକାର କରିବା ପାଇଁ ସୁଯୋଗ ଦେବେ ।

Leave A Reply

Your email address will not be published.