Latest Odisha News

BREAKING NEWS

ବିଜେପି ପାଇଁ ରିଲିଜ ହେଲା ନୂଆଁ ସମ୍ବଲପୁରୀ ଗୀତ “ଆମର୍ ଚିହ୍ନା ପଦ୍ମ ଫୁଲ, ଲେ ଲେ ବଉଲ..”

ପୁରୀ: ଚଳିତ ସାଧାରଣ ନିର୍ବାଚନରେ ସବୁ ଦଳ ବର୍ତ୍ତମାନ୍ ରଣାଙ୍ଗନରେ ଓହ୍ଲେଇ ସାରିଲେଣି । ଧୀରେ ଧୀରେ ପ୍ରଚାର୍ ବି ଜମିବାରେ ଲାଗିଲାଣି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପୁରା ଦେଶର ନିର୍ବାଚନ ତାତି ଦେଖିବାକୁ ମିଳିଛି । ସବୁ ଦଳ ନିଜ ନିଜର ପ୍ରଚାରରେ ଲାଗିଥିବା ବେଳେ ସେମାନଙ୍କର ଥିମ ସଙ୍ଗ୍‌ ବା ପ୍ରଚାର ସଂଗୀତ ପ୍ରସ୍ତୁତ କରିବାରେ ଲାଗିଛନ୍ତି। କିଛିଦିନ ତଳେ ଦେଶର ବୃହତ ରାଜନୈତିକ ଦଳ ବିଜେପି ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ଆସିଥିଲେ ଓଡ଼ିଆ ସଂଗୀତ ନିର୍ଦ୍ଦେଶ ପ୍ରେମ ଆନନ୍ଦ। ଆଜି ପୁଣି ଉମାକାନ୍ତ ବାରିକଙ୍କ ଲୋକପ୍ରିୟ ଗୀତା “ଆମର୍ ଚିହ୍ନା ପଦ୍ମ ଫୁଲ, ଲେ ଲେ ଲେ ବଉଲ…” ସ୍ଵରରେ ଆଉ ଏକ ଗୀତ ରିଲିଜ୍ ହେଇଛି।

ଭୋଟରଙ୍କୁ ନିଜର ସପକ୍ଷରେ ଆଣିବା ପାଇଁ ବିବିଧ ମଧ୍ୟମକୁ ବ୍ଯବହାର କରୁଛନ୍ତି। ନିର୍ବାଚନ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମ, ଗୀତ, ନାଚ, ଛୋଟ ନାଟକ କୁ ମଧ୍ଯ ଏକ ବଡ ବିକଳ୍ପ ଭବେ ଗ୍ରହଣ କରିଛନ୍ତି ରାଜନୈତିକ ଦଳ ଓ ପ୍ରାର୍ଥୀ । ଏଥିରେ ମଧ୍ଯ ପଛରେ ପଡିନି ବିଜେପି ଓ ଦଳୀୟ ପ୍ରାର୍ଥୀ । ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଥିବା ସମ୍ୱଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦୈନିକ ଆସୁଛି ନୂଆଁ ଖବର । ନିର୍ବାଚନ ପ୍ରଚାରର ସର୍ବାଗ୍ରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଆରା ଓ ଆକର୍ଷଣୀୟ ପନ୍ଥା ଅବଲମ୍ବନ କରିଛନ୍ତି। ନିର୍ବାଚନୀ ସଭାସମିତି, ରାଲି ସାଙ୍ଗରେ ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରାକୁ ଅସ୍ତ୍ର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ।

ପ୍ରଥମେ ବିଶିଷ୍ଟ ବଲିଉଡ୍ କଣ୍ଠଶିଳ୍ପୀ କୈଳାଶ ଖେର୍ ଗାଇଥିବା ଗୋଟିଏ ହିନ୍ଦୀ ଗୀତ ରିଲିଜ୍ ହୋଇଥିଲା । ପାରେ ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍ ଗାଇଥିବା ଏକ ଗୀତ ରିଲିଜ୍ ହୋଇଥିଲା । ଆଜି ପୁଣି ଉମାକାନ୍ତ ବାରିକଙ୍କ ଲୋକପ୍ରିୟ ଗୀତା “ଲେ ଲେ ଲେ ବଉଲ…” ସ୍ଵରରେ ଆଉ ଏକ ଗୀତ ରିଲିଜ୍ ହେଇଛି । ଆଜି ଗ୍ରୀନ ପାର୍କଠାରେ ଏହି ଗୀତ ରିଲିଜ୍ ହୋଇଯାଇଛି । ଗୀତ ଶୁଣିଲା ପରେ କେନ୍ଦ୍ରମନ୍ତ୍ରୀ କଣ୍ଠଶିଳ୍ପୀ ଓ ଲେଖକଙ୍କୁ ପ୍ରସଂଶା କରିଛନ୍ତି। ଗୀତ ରିଲିଜ ସମୟରେ ବରଗଡ଼ର ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଅତାବିରା ବିଧାନସଭା ପ୍ରାର୍ଥୀ ନିହାର ମହାନନ୍ଦ, ସମ୍ବଲପୁର ଲୋକସଭା ପ୍ରଭାରୀ ସୁରେଶ୍ଵର ଶତପଥୀ, ଯୁବ ନେତା ସୁଧୀର ରଞ୍ଜନ ବହିଦାର, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.