Latest Odisha News

ଫଲୋଅନ ପରେ ୧ରନରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଫଲୋଅନ ନେବା ପରେ ୪ର୍ଥ ଟିମ ଭାବେ ଏହି ବିଜୟ ହାସଲ କରିଛି । ପୂର୍ବରୁ ୧୮୮୪ରେ ଇଂଲଣ୍ଡ ୧୦ ରନରେ ଅଷ୍ଟ୍ରେଲିଆକୁ, ୧୯୮୧ରେ ଇଂଲଣ୍ଡ ୧୮ ରନରେ ଅଷ୍ଟ୍ରେଲିଆକୁ, ୨୦୦୧ରେ ଭାରତ ୧୭୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ବିଜୟ ପାଇଁ ଇଲଣ୍ଡକୁ ଦ୍ୱିତୀୟ ଇନିଂସରେ ୨୫୮ ରନର ଆବଶ୍ୟକତା ରହିଥିଲା । ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ ବିନିମୟରେ ଦଳ ୪୮ ରନ ସଂଗ୍ରହ କରି ନେଇଥିଲା । ଅନ୍ତିମ ଦିବସରେ ୨୦୯ ରନ ଅବାଶ୍ୟକ ହେଉଥିବା ବେଳେ ଇଂଲଣ୍ଡ ୧ ରନ ପଛରେ ରହି ଯାଇଥିଲା । ନୀଲ ୱାଗନର ୪ଟି ଏବଂ ଟିମ ସୌଥୀ ୩ଟି ୱିକେଟ ହାସଲ କରିଥିଲେ । ଓଲି ରବିନସନ ୫୩ ରନ କରି ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ୱିକେଟ ଖସିବାରେ ଲାଗିଥିଲା ।

ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୩୫ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୨୦୯ ରନ କରି ଫଲୋଅନ ହୋଇଥିଲା । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୪୮୩ ରନ ସଂଗ୍ରହ କରିଥିଲା । କେନ ୱିଲିୟମସନ ୧୩୨ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।

Leave A Reply

Your email address will not be published.