ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍ ୧୩୯ ରନର ବିଜୟ ଲକ୍ଷ୍ୟ ରଖିଛି । ରିଜର୍ଭ ଦିବସରେ ବାକି ଥିବା ୫୩ ଓଭରରେ ନ୍ୟୁଜିଲାଣ୍ଡକୁ ଏହି ଲକ୍ଷ୍ୟ ହାସଲ କରିବାକୁ ପଡିବ । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ କରି ୧୭୦ ରନରେ ଅଲଆଉଟ ହୋଇ ଯାଇଥିଲା । ରୋହିତ ଶର୍ମା (୩୦), ରିଷଭ ପନ୍ତ(୪୧) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ ।
ନ୍ୟୁଜିଲାଣ୍ଡ ତରଫରୁ ଟିମ ସୌଥୀ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଟ୍ରେଂଟ ବୋଲ୍ଟ ୩ଟି, କାୟଲ ଜେମସିନ ୨ଟି ଏବଂ ନୀଲ ୱାଗନର ଗୋଟିଏ ଉଇକେଟ ନେଇଥିଲେ ।
Comments are closed.