Latest Odisha News

ଡକାୟତି ଉଦ୍ୟମ ବିଫଳ, ୬ ଗିରଫ

ପୁରୀ : ଡକାୟତି ଉଦ୍ୟମ ବିଫଳ | ତାଳବଣିଆ ଥାନା ପୋଲିସ ଡକାୟତି ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।  ପାଟ୍ରୋଲିଂ ସମୟରେ ଖବର ପାଇ ହୁଲୁହୁଲିଆପୋଲ ନିକଟରୁ ଏକ ୬ ଜଣିଆ ଡ଼କାୟତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପୁରୀ ମିଶ୍ର ସାହି ଅଧୀନସ୍ଥ ଜଗନ୍ନାଥ ବସ୍ତି ଅଞ୍ଚଳର ମନୋଜ ପଣ୍ଡା, ମାର୍କଣ୍ଡେଶ୍ୱର ସାହିର ତ୍ରିପତି ନାୟକ , କଣ୍ଠପୁର ଅଞ୍ଚଳର ବିକୁ ଓରଫ ବିକ୍ରମ ଓରଫ ରାକେଶ ବରାଳଙ୍କୁ  ଗିରଫ କରାଯାଇଛି।

ସେମାନଙ୍କ ଠାରୁ ଦୁଇଟି ଲୁହା ଖଣ୍ଡା, ଗୋଟିଏ ଭୁଜାଲୀ, ଦୁଇଟି ବୋମା, ଗୋଟିଏ ଲଙ୍କା ଗୁଣ୍ଡ ପ୍ୟାକେଟ ଏବଂ ଦୁଇଟି ଟର୍ଚ୍ଚ ଲାଇଟ ଜବତ ହୋଇଛି। ଏସବୁ ଜବତ କରିବା ସହିତ ପୁଲିସ ଅଧିକ ଛାନବିନ୍ ଜାରି ରଖିଛି ।

Leave A Reply

Your email address will not be published.