Latest Odisha News

BREAKING NEWS

ନବଜାତ ଶିଶୁକୁ ହସ୍ପିଟାଲ ଶୌଚାଳୟରେ ଛାଡି କୁଆଡେ ଚାଲିଗଲା ମା’

ପୁରୀ : ଶିଶୁ କନ୍ୟାକୁ ଜନ୍ମ ଦେଇ ମା’ କୁଆଡେ ଚାଲିଗଲା । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଏପରି ଅଭିବନୀୟ ଘଟଣା ଘଟିଛି ।ପ୍ରସୂତି ପାଇଁ ହସ୍ପିଟାଲରେ ଭର୍ତି ହୋଇଥିବା ଜଣେ ମହିଳା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆଉଟ ଡୋର ଶୌଚାଳୟ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଇ କୁଆଡେ ଛୁ ମାରିଛନ୍ତି । କିଛି ସମୟ ପରେ ହସ୍ପିଟାଲ ସୁପରଭାଇଜର ଏହା ଦେଖିବାକୁ ପାଇଥିଲେ ।

ପରେ ଶିଶୁଟିକୁ ମାତୃ ଓଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ହସ୍ପିଟାଲ କର୍ମଚାରୀ ଏନେଇ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଚାଇଲ୍ଡ ଲାଇନ କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଛନ୍ତି । ଉଦ୍ଧାର ଶିଶୁଟି ଚିକିତ୍ସାଧିନ ଥିବା ବେଳେ ତା ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ ବୋଲି ଜଣାପଡିଛି । ମହିଳା ଜଣକ କେଉଁ ପରିସ୍ଥିତିରେ ଶିଶୁ କନ୍ୟାକୁ ଜନ୍ମ ଦେଲେ । ହସ୍ପିଟାଲ କର୍ତ୍ତୁପକ୍ଷ କିଭଳି ଭାବେ ଜାଣିପାରିଲେ ନାହିଁ ।ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed, but trackbacks and pingbacks are open.