Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ମାଓ ପୋଷ୍ଟର

ମାଲକାନଗିରି : ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ସ୍ୱଭିମାନ ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱଭିମାନ ଅଞ୍ଚଳରେ ନିର୍ବାଚନକୁ ବିରୋଧ କରି ମାଓ ପୋଷ୍ଟର ଲାଗିଛି । ସି.ପି.ଆଇ ଓ ବିଶାଖା ମାଓ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ବୋଲି ଜଣାପଡିଛି ।

ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତ ଓ ଯନ୍ତାବାଇ ଗାଁରେ ଏହି ପୋଷ୍ଟର ଲଗାଯାଇଛି ।ଆଗାମୀ ପଞ୍ଚାୟତ ନିର୍ବାଚନକୁ ମାଓବାଦୀ ମାନେ ପୋଷ୍ଟରରେ ବିରୋଧ କରିବା ସହ ଯେଉଁ ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସେଗୁଡିକୁ ପ୍ରତ୍ୟାହାର କରିବା ପାଇଁ ଉଲ୍ଲେଖ ରହିଛି । ଯଦି ପ୍ରାର୍ଥୀ ମାନେ ନମାନିବେ ତେବେ ଏହାର କଷ୍ଟ ଭୋଗିବାକୁ ପଡିବ ବୋଲି ପୋଷ୍ଟରରେ ଲେଖାଯାଇଛି । ଅନ୍ୟପଟେ ପୋଷ୍ଟର କିଏ ଲଗାଇଛି ତାହର ତଦନ୍ତ ଜାରି ରଖିଛି ମାଲକାନଗିରି ପୋଲିସ ।

Comments are closed, but trackbacks and pingbacks are open.