Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ଓ ନେତାଙ୍କୁ ନେଇ ଯାଉଥିଲା ବିମାନ; ମଝି ଆକାଶରେ ଜରୁରୀ ଅବତରଣ ପାଇଁ ଘୋଷଣା କଲେ ପାଇଲଟ

ନୂଆଦିଲ୍ଲୀ:ମଝି ଆକାଶରେ ଉଡୁଥିଲା ବିମାନ  । ବିମାନରେ ଥିଲେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୨ ବିଜେପି ନେତା । ହଠାତ ପାଇଲଟ ଘୋଷଣା କଲେ ବିମାନ ଜରୁରୀକାଳୀନ ଅବତରଣ କରିବ । କେହି କିଛି ବୁଝି ପାରିଲେନି । ଯାତ୍ରୀମାନେ ଭୟଭୀତ ହୋଇ ବସିଥାନ୍ତି । କାହିଁକି ବିମାନ ଜରୁରୀ ଅବତରଣ କରିବ ? କ’ଣ ହେଲା ଅସୁବିଧା ? ଏମିତି ପରିସ୍ଥିତି ଦେଖା ଦେଇଥିଲା ଆଜି ଇଣ୍ଡିଗୋ ବିମାନରେ ।

ଇଣ୍ଡିଗୋର ଏହି  ବିମାନରେ କେନ୍ଦ୍ରୀୟ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ରାଜ୍ୟ ମନ୍ତ୍ରୀ ରାମେଶ୍ୱର ତେଲୀଙ୍କ ସମେତ ୨ ବିଜେପି ବିଧାୟକ ପ୍ରଶାନ୍ତ ଫୁକନ ଏବଂ ତେରାଶ ଗୋବାଲାଙ୍କ ସମେତ ୧୫୦ରୁ ଅଧିକ ଯାତ୍ରୀ ଥିଲେ । ବିମାନଟି ଆସାମର ଡିବ୍ରୁଗଡ ଯାଉଥିଲା । ହଠାତ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା । ତେଣୁ ବିମାନକୁ ଜରୁରୀ ଅବତରଣ କରିବା ପାଇଁ ଘୋଷଣା କରିଥିଲେ ପାଇଲଟ । ଏହା ପରେ ବିମାନକୁ ତୁରନ୍ତ ଗୋପୀନାଥ ବୋରଦୋଲାଇ ଇଣ୍ଟନାଶନାଲ ବିମାନ ବନ୍ଦର ଅଭିମୁଖେ ନେଇଥିଲେ ।

ସେଠାରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭବେ ବାହାର କରାଯାଇଥିଲା । ଏହା ପରେ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା  । କେନ୍ଦ୍ର ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି, ବିଜେପି ବିଧାୟକ ପ୍ରଶାନ୍ତ ଫୁକନ ଏବଂ ତେରାଶ ଗେଭାଲଙ୍କ ସହ ଇଣ୍ଡିଗୋ ବିମାନରେ ଥିଲି । ଗୌହାଟୀ ଏୟାରପୋର୍ଟରେ ଡାଇଭର୍ଟ କରାଯିବା ପୂର୍ବରୁ ବିମାନ ୧୫ରୁ ୨୦ ମିନଟ ଆକାଶରେ ଥିଲା । ଏବେ ଆମେ  ସମସ୍ତେ ସୁରକ୍ଷିତ ।

 

Leave A Reply

Your email address will not be published.