Latest Odisha News

BREAKING NEWS

୧୫ ହଜାର ଟଙ୍କାରେ ଝିଅକୁ ବିକି ଦେଲେ ବାପା ମା’!

ସମ୍ବଲପୁର: ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ବିକି ଦେଲେ ବାପା ମାଆ । ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହଳି ଗାଁରୁ । ଅଭିଯୋଗ ପରେ ଚାଇଲଡ୍‌ ଲାଇନ୍‌ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି।

କେଉଟିବାହଳି ଗାଁର ଶଙ୍କର କର୍ଣ୍ଣଙ୍କ ପତ୍ନୀ ନଳିନୀ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପରେ ସେ ନିଜର ଶିଶୁ କନ୍ୟାକୁ ରେଢାଖୋଲ ଥାନା ତ୍ରୀବଣପୁର ପଞ୍ଚାୟତର କୁଷାପାଲି ଗାଁର ଲଳିତ ପ୍ରଧାନ ଓ ସୁଶମା ପ୍ରଧାନଙ୍କୁ ବିକ୍ରି କରିଦେଇଥିଲେ। ଶିଶୁ ବିକ୍ରି ସମ୍ପର୍କରେ ଖବର ପାଇ ରେଢାଖୋଲ ଚାଇଲଡ୍‌ଲାଇନ୍‌ କର୍ମକର୍ତ୍ତାମାନେ ଚାରମାଲ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ବିଳମ୍ୱିତ ରାତିରେ ପୁଲିସ ଓ ଚାଇଲଡ୍‌ଲାଇନ୍‌ କର୍ମକର୍ତ୍ତାମାନେ କୁଷାପାଲି ଗାଁକୁ ଯାଇଥିଲେ। ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ଚାଲିଛି। ପରେ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ରଖାଯିବ ବୋଲି ଚାଇଲଡ ଲାଇନ ସଦସ୍ୟ କହିଛନ୍ତି।

Leave A Reply

Your email address will not be published.