Latest Odisha News

BREAKING NEWS

ବନ୍ଦ କୋଠରୀରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର; ୭ ମାସ ତଳେ କରିଥିଲେ ବିବାହ

କଟକ:  ୭ ଜନ୍ମର ସାଥୀ ହେବେ ବୋଲି ପ୍ରତିଶ୍ରୁତି ଦେଇ ବିବହ ବନ୍ଧନରେ ଆବଦ୍ଧ ହୋଇଥିଲେ । କଥା ରଖିଲେ । ଏକାଠି ଜିଇଁଲେ, ଏକାଠି ମୃତ୍ୟୁକୁ ଆଦରି ନେଲେ ।  କିନ୍ତୁ ୭ ଜନ୍ମ ପାଇଁ ନୁହେଁ, ୭ ମାସ ପାଇଁ । ବିବାହାର ୭ ମାସ ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି । ବନ୍ଦ ଘରୁ ମିଳିଛି ସେମାନଙ୍କ ମୃତଦେହ । ଏପରି ଦୁଃଖଦ ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ  ।

ନିଜ ଶୋଇବା ଘର ଭିତରୁ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦମ୍ପତ୍ତି ହେଲେ ସେହି ଗାଁର ଧରଣୀଧର ସାହୁ ଓ ପତ୍ନୀ ନିରୁପମା ସାହୁ  ।  ଧରଣୀଧର ଭୁବନେଶ୍ୱରରେ ଏକ ମିଠା ଦୋକାନ ଦେଇଛନ୍ତି । ସେଠରେ ସେ ରୁହନ୍ତି ।  ୭ ମାସ ତଳେ ଏହି ଦୁଇ ଜଣଙ୍କର ବାହାଘର ହୋଇଥିଲା। ଗତକାଲି ସେ ଭୁବନେଶ୍ୱରରୁ ଗାଁକୁ ଆସିଥିଲେ।

ହେଲେ ଆଜି ସକାଳୁ ତଙ୍କ ଶୋଇବା ଘର କବାଟ ଖୋଲି ନ ଥିଲା । ପରିବାର ଲୋକେ ପରେ ଦେଖିଥିଲେ, ଉଭୟ ସ୍ୱାମୀ – ସ୍ତ୍ରୀ ନିଜ ଶୋଇବା ଘର ଭିତରେ ଫ୍ୟାନ ରଡ଼ରେ ଝୁଲି ଆତ୍ମହତ୍ୟା କରିଛନ୍ତି ।  ତେବେ  ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ପରିବାର ଲୋକେ ତରବରିଆ ଭାବେ ଶବ ସତ୍କାର କରିବାକୁ ନେଉଥିବାରୁ ସାଧାରଣରେ ସନ୍ଦେହ ଦେଖା ଦେଇଛି । ଅନ୍ୟପକ୍ଷେ ସତ୍କାର ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଦ୍ୱୟକୁ ଜବତ କରିଛି ।

Leave A Reply

Your email address will not be published.