Latest Odisha News

BREAKING NEWS

‘ଇଣ୍ଡିଆ’ ତୃତୀୟ ବୈଠକକୁ ବିଜେପିର କଟାକ୍ଷ: କହିଲା, ଚାଲିଛି ‘ଘମଣ୍ଡିଙ୍କ ବୈଠକ’

ନୂଆଦିଲ୍ଲୀ: ବଳ ଯୋଗାଡୁଛି ଇଣ୍ଡିଆ ମେଣ୍ଟ । ୨୦୨୪ ନିର୍ବାଚନରେ ଏନଡିଏକୁ ଦେବ ମାତ୍ । ମିଟିଂ ପରେ ମିଟିଂ । ଆଜି ମୁମ୍ବାଇରେ ଚାଲିଛି ତୃ୍ତୀୟ ପର୍ଯ୍ୟାୟ ମିଟିଂ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଇଣ୍ଡିଆ ମିଟିଂକୁ ଘମଣ୍ଡିଙ୍କ ମିଟିଂ କହି ସମାଲୋଚନା କରିଛି ବିଜେପି । ଏହି ମିଟିଂକୁ GM ଅର୍ଥାତ ଘମଣ୍ଡିଙ୍କ ମିଟିଂ କହି କଡା ସମାଲୋଚନା କରିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ବିରୋଧୀ ମିଟିଂ ନାଁରେ ମ୍ୟୁଜିକ ଚେୟାର ଖେଳୁଛନ୍ତି ବୋଲି କହିଛନ୍ତି ପାତ୍ର ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ଶ୍ରୀ ପାତ୍ର କହିଛନ୍ତି,  ୨୦୧୪ ପୂର୍ବରୁ କିଛି ଦଳ ଥିଲେ । ୨୦୧୯ରେ ଏହି ସେହି ଲୋକ ନାଁ ବଦଳାଇ ମେଣ୍ଟ କରିଛନ୍ତି । ନିର୍ବାଚନବେଳେ ଏମାନେ କେମିତି ପରସ୍ପର ସହ ଲଢୁଥିଲେ ସମସ୍ତେ ଜାଣନ୍ତି । ସେତିକି ନୁହେଁ, ଇଣ୍ଡିଆ ମେଣ୍ଟକୁ ସେଲଫିସ ମେଣ୍ଟ ବୋଲି କହିବା ସହ ଏହିଦଳ ମଜବୁତ ଭାବେ ଏକାଠି ହୋଇ ନୁହଁନ୍ତି, ବରଂ ମଜବୁରୀରେ ଏକାଠି ହୋଇଛନ୍ତି ବୋଲି କହିଛନ୍ତି ଶ୍ରୀ ପାତ୍ର ।

ଇଣ୍ଡିଆ ମେଣ୍ଟ ବୈଠକରେ ଆଜି ‘କମନ ମିନିମମ ପ୍ରୋଗ୍ରାମ’ ବା ସିଏମପି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିବାବେଳେ ଏହାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଜାତୀୟ ମୁଖପାତ୍ର । ‘ଘମଣ୍ଡି ମେଣ୍ଟ’ କମ କାମ ଏବଂ ଅଧିକ ଲାଭକୁ ଆଖି ଆଗରେ ରଖି  ଏକାଠି ହୋଇଛନ୍ତି ବୋଲି ସେ କହିଛଛ୍ତି । ସିଏମପିର ବ୍ୟାଖ୍ୟା କରି ଶ୍ରୀ ପାତ୍ର  ଏହାକୁ କରପସନରୁ ମ୍ୟାକ୍ସିମମ ପ୍ରଫିଟ, କମନ ମ୍ୟାକ୍ସିମମ ପରିବାରବାଦ ବୋଲି କହି କଟାକ୍ଷ କରିଛନ୍ତି ।

ଇଣ୍ଡିଆ ମେଣ୍ଟ ମିଳିମିଶି ୨୦ ଲକ୍ଷ କୋଟିର ଦୁର୍ନୀତି କାରବାରରେ ସଂପୃକ୍ତ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହି ମେଣ୍ଟର ନା ନୀତି, ନା ନେତା ନା ନିୟତ କିଛି ବି ନାହିଁ  । ସମସ୍ତଙ୍କ ନଜର କେବଳ ପ୍ରଧାନମନ୍ତ୍ରୀ ଆସନ ଉପରେ ବୋଲି କହିଛନ୍ତି ଜାତୀୟ ଅଧ୍ୟକ୍ଷ ।

ଏନଡିଏ ସମ୍ପର୍କରେ ମତ ଦେଇ ଶ୍ରୀ ପାତ୍ର କହିଛନ୍ତି ଆମେ ଚନ୍ଦ୍ରଯାନ-୩  । ଚନ୍ଦ୍ରଯାନ-୩ ସଫଳ ହେଲା । ଏନଡିଏର ମିଶନ ଥ୍ରୀ ମଧ୍ୟ ସଫଳ ହେବ । ମିଶନ ଥ୍ରୀରେ ଆମେ ବିଶ୍ୱ ଅର୍ଥନୀତିରେ ୩ ନମ୍ବର  ଦେଶ ହେବୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରି ଦେଖାଇବେ ।

Leave A Reply

Your email address will not be published.