Latest Odisha News

BREAKING NEWS

ଭାରତ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିପାରେ : ନୀରଜ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଭାରତ ୨୦୨୭ରେ ହେବାକୁ ଥିବା ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିବା ସମ୍ଭାବନା ରହିଛି ବୋଲି ଏହି ଷ୍ଟାର ଆଥଲେଟ ଜଣଙ୍କ କହିଛନ୍ତି । ଜାଭେଲିନରେ ଏବେ ଭାରତ ବିଶ୍ୱସ୍ତରରେ ପ୍ରତିଷ୍ଠିତ ହୋଇପାରିଛି । ଭାରତ ସରକାର ନିଶ୍ଚିତ ଭାବେ ଉଦ୍ୟମ କରିବେ ବୋଲି ନୀରଜ ଆଶା ବ୍ୟକ୍ତ କରିଛନ୍ତି । ୨୦୨୭ ଚାମ୍ପିୟନଶିପ ପାଇଁ ବେଜିଂ ବିଡ ଦାଖଲ କରିବ ବୋଲି ଘୋଷଣା କରିଛି । ବିଡ ଦାଖଲ ପାଇଁ ଅନ୍ତିମ ତାରିଖ ଅକ୍ଟୋବର ୨ ରହିଛି ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ୧୯୭୬ରୁ ଆରମ୍ଭ ହୋଇଛି । ୧୯୮୩ରୁ ୧୯୯୧ ପର୍ଯ୍ୟନ୍ତ ୪ ବର୍ଷ ବ୍ୟବଧାନରେ ଏହାକୁ ଆୟୋଜିତ କରାଯାଉଥିଲା । ୧୯୯୧ ପରଠାରୁ ୨ ବର୍ଷ ବ୍ୟବଧାନରେ ଏବେ ଏହା ହେଉଛି । ନିକଟରେ ହଙ୍ଗେରୀର ବୁଦାପେଷ୍ଟରେ ୧୯ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ଏହାର ପରବର୍ତୀ ସଂସ୍କରଣ ଟୋକିଓରେ ଆୟୋଜିତ ହେବ । ଭାରତ ପକ୍ଷରୁ ବିଡ ଦାଖଲ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.