ହାଇଦ୍ରାବାଦ: ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଗାମୀ ଦିନରେ ନିଜର ରାଜନୈତିକ ଅଭିଳାଶକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ କହିଛନ୍ତି, ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟରେ ବିଜେପି ସରକାର ଗଢ଼ିବ। ହାଇଦ୍ରାବାଦରେ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ୟ୍ୟକାରିଣୀ ବୈଠକରେ ପାରିତ ହୋଇଥିବା ରାଜନୈତିକ ପ୍ରସ୍ତାବ ପରେ ଶାହ ଏପରି କହିଛନ୍ତି ।
ଅମିତ ଶାହା କହିଛନ୍ତି ଯେ ଆଗାମୀ ଦିନରେ ବିଜେପି ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳରେ ସରକାର ଗଠନ କରିବ । ପଶ୍ଚିମବଙ୍ଗ, ତେଲେଙ୍ଗାନା ଭଳି ରାଜ୍ୟରେ ପାରିବାରିକ ରାଜନୀତିରୁ ସ୍ୱାଧୀନତା ମିଳିବ ବୋଲି ଶାହ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି। ସେହିପରି ଆଗାମୀ ୩୦-୪୦ ବର୍ଷ ପାଇଁ ବିଜେପି ଯୁଗ ରହିବ। ଭାରତ ବିଶ୍ୱ ଗୁରୁ ହେବ ବୋଲି ସେ କହିଛନ୍ତି।
ଦଳର ମୁଖ୍ୟ ଏଜେଣ୍ଡା, ବଂଶବାଦ ଓ ତୁଷ୍ଟିକରଣର ରାଜନୀତିକୁ ଶେଷ କରିବାକୁ ଆହ୍ୱାନ ଦେଇ ସେ କହିଛନ୍ତି, ନିକଟରେ ହୋଇଥିବା ବିଧାନସଭା ଓ ଉପ-ନିର୍ବାଚନରେ ଦଳର ବିଜୟ ବିଜେପି ବିକାଶର ରାଜନୀତି କରୁଥିବାର ପ୍ରମାଣ। ଦକ୍ଷିଣ ଭାରତକୁ ବିଜେପିର ଉତ୍ଥାନର ଏକ ନୂଆ କ୍ଷେତ୍ର ଭାବେ ବର୍ଣ୍ଣନା କରି ସେ କହିଛନ୍ତି, ବର୍ତ୍ତମାନର ରାଜନୀତିରେ ଦେଶରେ ବିରୋଧୀ ଦଳଗୁଡ଼ିକ ନିଜ ନିଜ ମଧ୍ୟରେ ବିକ୍ଷିପ୍ତ ହୋଇପଡ଼ିଛନ୍ତି । ସେଠାରେ ଗଣତନ୍ତ୍ର ନାହିଁ । ଗାନ୍ଧୀ ପରିବାର ଭୟରେ ଦଳର ଅଧ୍ୟକ୍ଷ ନିର୍ବାଚନ କରୁନାହାନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗଣମାଧ୍ୟମକୁ କହିଛନ୍ତି।
ଏହି ନିର୍ବାଚନ ପ୍ରଦର୍ଶନର ରାଜନୀତି ଆଧାରରେ ଲଢାଯାଉଛି ଏବଂ ନିକଟରେ ହୋଇଥିବା ବିଧାନସଭା ଏବଂ ଅନ୍ୟାନ୍ୟ ନିର୍ବାଚନ ବିଜୟ ଏହାର ପ୍ରତିଫଳନ ବୋଲି ଶାହ କହିଛନ୍ତି, ଦୁର୍ନୀତି ଓ ନୀତିଗତ ପକ୍ଷାଘାତରୁ ମୁକ୍ତି ମିଳିଛି ବୋଲି କହିବା ସହ ଆସାମରେ ବିଜେପିର ବିଜୟ ପୂର୍ବୋତ୍ତରରେ ବିଜେପିର ସ୍ଥିତି ମଜବୁତ ହେବ ବୋଲି ସଙ୍କେତ ଦେଇଥିବା ଶାହ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ରରେ ଅନେକ ସରକାରରେ ରହିଛି ହେଲେ ଓଡ଼ିଶାର ସାଂସଦଙ୍କୁ ବଡ଼ ବଡ଼ ପଦରେ ବସାଇବାର ନିଜର ବହୁତ କମ୍ ରହିଛି । ଏବେ କିନ୍ତୁ ମୋଦୀ ସରକାର ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶର ଟୁଡୁ, ଅଶ୍ୱିନୀ ବୈଷ୍ନବ (ଅଣ ଓଡ଼ିଆ କିନ୍ତୁ ଅଶ୍ୱିନୀଙ୍କ କର୍ମଭୂମି ଓଡ଼ିଶା)ଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଇଛନ୍ତି। ସେହିପରି ପୂର୍ବରୁ ପ୍ରତାପ ଷଡ଼ଙ୍ଗୀ, ଜୁଏଲ ଓରାମଙ୍କୁ ମନ୍ତ୍ରୀ କରାଇଥିଲେ। ଏହାବାଦରେ ଦଳରେ ବୈଜୟନ୍ତ ପଣ୍ଡାଙ୍କୁ ଉପସଭାପତି, ପ୍ରଭାରୀ ଦାୟିତ୍ୱ ଦେଇଥିବା ବେଳେ ସମ୍ବିତ ପାତ୍ରଙ୍କୁ ପ୍ରଭାରୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜାତୀୟ ମୁଖପାତ୍ର କରିଛନ୍ତି।
Comments are closed.