ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଅବସରରେ ପ୍ରଶଂସକଙ୍କୁ ଏକ ବଡ ଖୁସୀ ଖବର ମିଳିଛି । ବ୍ରାଜିଲର ଷ୍ଟାର ପ୍ଲେୟାର ନେମାର ୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ତାଙ୍କ ବାନ୍ଧବୀ ବ୍ରୁନୋ ବାୟନକାର୍ଡି ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଏହି ଖୁସୀ ଖବର ଶେୟାର କରିଛନ୍ତି । ନେମାର ଓ ବ୍ରୁନୋ ସେମାନଙ୍କ ଅଧିକାଂଶ ଖବର ପ୍ରଶଂସକଙ୍କ ସହ ଶେୟାର କରିବାକୁ ଭଲ ପାଇଥାନ୍ତି । ନେମାର ଏବେ ବିଶ୍ୱକପ ନେଇ ବ୍ୟସ୍ତ ଅଛନ୍ତି । ଆଘାତ ସମସ୍ୟା ଯୋଗୁ ମରକ୍କୋ ବିପକ୍ଷ ମ୍ୟାଚରେ ସେ ଖେଳି ନ ଥିଲେ ।
ନେମାର ଓ ବ୍ରୁନୋଙ୍କ ଏହା ତୃତୀୟ ସନ୍ତାନ । ବ୍ରାଜିଲର ମଡେଲ ଆମାଣ୍ଡା କିମ୍ବ୍ରଲୀଙ୍କ ପକ୍ଷରୁ ନେମାରଙ୍କ ୨ଟି ଏବଂ ପ୍ରଥମ ବାନ୍ଧବୀ ପକ୍ଷରୁ ଡିୱି ଲୁକ୍କା ଓ ହେଲେନ ନାମକ ୨ଟି ସନ୍ତାନ ରହିଛନ୍ତି । ବିଶ୍ୱକପରେ ବ୍ରାଜିଲର ଆରମ୍ଭ ସେଭଳି ଉତ୍ସାହଜନକ ରହିନାହିଁ । ଗ୍ରୁପ ସିର ଏକ ମୁକାବିଲାରେ ବ୍ରାଜିଲ ଅପେକ୍ଷାକୃତ ଦୁର୍ବଳ ଟିମ ମରକ୍କୋ ବିପକ୍ଷରେ ମ୍ୟାଚ ଡ୍ର ରଖିଛି । ମରକ୍କୋ ଚମତ୍କାର ପ୍ରଦର୍ଶନ କରିବା ଯୋଗୁ ମ୍ୟାଚ ୧-୧ରେ ଶେଷ ହୋଇଥିଲା ।
