Latest Odisha News

ବେଙ୍ଗଲରେ ଏନଏଚଆରସି ଟିମ ଉପରେ ଆକ୍ରମଣ

କୋଲକାତା: ନିର୍ବାଚନ ପରବର୍ତୀ ହିଂସା ସମ୍ପର୍କୀତ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ଜାତୀୟ ମାନବଧିକାର କମିଶନ (ଏନଏଚଆରସି) ଟିମ ଉପରେ ପଶ୍ଚିମବଙ୍ଗରେ ଆକ୍ରମଣ ହୋଇଛି । ଯାଦବପୁର ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ନିର୍ବାଚନ ପରେ ଏଠାରେ ୪୦ରୁ ଊର୍ଦ୍ଧ୍ୱ ଘର ଧ୍ୱଂସ ପାଇଥିଲା । ଏହାକୁ ସମୀକ୍ଷା କରିବାକୁ ଏନଏଚଆରସି ଟିମ ଯାଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା କେତେକ ଦୁବୃତ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ।

ଏହି ଘଟଣା ନେଇ ବିଜେପି ଏବଂ ଟିଏମସି ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଛନ୍ତି । ପୂର୍ବରୁ ନିର୍ବାଚନ ପରବର୍ତୀ ହିଂସା ତଦନ୍ତ ପାଇଁ ଜୁନ ୧୮ରେ କୋଲକାତା ହାଇକୋର୍ଟ ଏନଏଚଆରସି ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.