Latest Odisha News

BREAKING NEWS

ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA

ଭୁବନେଶ୍ୱର: ଏୟାରଫିଲ୍ଫ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଏଏନଆଇର ବଡ଼ ଆକ୍ସନ୍। ଅଭିଯୁକ୍ତମାନଙ୍କ ବିରୋଧରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଗୁରୁବାର ଭୁବନେଶ୍ୱର ସ୍ପେଶାଲ ଏନଆଇଏ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି। ଅଭିଯୁକ୍ତ ସାନୁ ଓରଫ ରୋହନ ରଞ୍ଜନ ରାଉତ ଏବଂ ଅମିୟ ରଞ୍ଜନ ମଲ୍ଲିକଙ୍କ ବିରୋଧରେ BNS, ES Act ଏବଂ Explosives Actର ବିଭିନ୍ନ ଧାରା ଲାଗିଛି। ତେବେ ଏହାପରେ ବହୁତ ଶୀଘ୍ର ମାମଲାର ଶୁଣାଣି ଚାଲିବ ବୋଲି ଜଣାପଡ଼ିଛି ।

ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସାହାନୱାଜ ମଲ୍ଲିକ ଓରଫ ମୁଫି ଓ ତାର ମା’ ଲିଜାତୁନ ବିବିର ମୃତ୍ୟୁ ହୋଇଥିଲା । ତେବେ ପ୍ରଥମେ ଏୟାରଫିଲ୍ଡ ଥାନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଘଟଣାର କିଛି ଦିନ ପରେ ଲ୍ୟାବ ରିପୋର୍ଟ ଆସିବା ପରେ ଭୁବନେଶ୍ୱର ସ୍ଥିତ NIA ଶାଖା ପକ୍ଷରୁ ମାମଲା (ନଂ.୧/୨୦୨୬) ପଞ୍ଜିକୃତ କରାଯାଇଥିଲା । ସୂଚନା ଥାଉକି ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣାଟି ୨୦୨୬ ଜାନୁଆରୀ ୨୭ ତାରିଖ ଅପରାହ୍ନରେ ଏକ ଭଡ଼ା ଘରର ଛାତ ଉପରେ ଘଟିଥିଲା। ବେଆଇନ ଭାବେ ବୋମା ପ୍ରସ୍ତୁତ କରାଯାଉଥିବା ସମୟରେ ଏହି ଭୟାବହ ଆକସ୍ମିକ ବିସ୍ଫୋରଣ ଘଟିଥିଲା।

ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଶାହନୱାଜ ମଲ୍ଲିକ ଓରଫ୍ ମୁଫି (୨୬) ଏବଂ ତାଙ୍କ ମା’ ଲିଜାତୁନ ବିବି (୫୧)ଙ୍କର ମୃତ୍ୟୁ ଘଟିଥିଲା। ପ୍ରାଥମିକ ପୋଲିସ ତଦନ୍ତ ପରେ ଘଟଣାସ୍ଥଳରୁ ମିଳିଥିବା କେମିକାଲ୍ସରେ RDX ଏବଂ ଅନ୍ୟାନ୍ୟ ମାରାତ୍ମକ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିବା ପ୍ରମାଣ ମିଳିଥିଲା। ଏହାର ଗୁରୁତ୍ୱ ଓ ଆନ୍ତଃରାଜ୍ୟ ଆତଙ୍କବାଦୀ ସଂଗଠନର ସଂପୃକ୍ତି ଆଶଙ୍କା କରି ଜାତୀୟ ତଦନ୍ତ ସଂସ୍ଥା (NIA) ଏହି ମାମଲାର ତଦନ୍ତ ଭାର ହାତକୁ ନେଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଜଣେ ରାଜନୈତିକ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଏହି ବୋମା ପ୍ରସ୍ତୁତ କରାଯାଉଥିଲା।

Leave A Reply

Your email address will not be published.