Latest Odisha News

BREAKING NEWS

ଆଫଗାନିସ୍ତାନ ଗୁରୁଦ୍ୱାର ଆକ୍ରମଣ; ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ଅନୁସନ୍ଧାନ ପାଇଁ କାବୁଲ ପହଞ୍ଚିଲା ଏନଆଇଏ ଟିମ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର ଗୁରୁଦ୍ୱାର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ଚାରିଜଣ ଫାଷ୍ଟ ଟ୍ରାକ୍ ଅଧିକାରୀ ସେମାନଙ୍କ ଟିମ୍ ସହିତ କାବୁଲରେ ପହଞ୍ଚିଛନ୍ତି। ଏହା ପ୍ରଥମ ଥର ପାଇଁ ହେଉଛି ଯେ ଏନଆଇଏ ଟିମ୍ ଏକ ବିଦେଶୀ ଜମିର ଯାଞ୍ଚ୍‌ ପାଇଁ ପହଞ୍ଚିଛି।

ଏନ୍‌ଆଇଏ ପୂର୍ବରୁ କେବଳ ଭାରତୀୟ ମାଟି ଉପରେ ଆତଙ୍କବାଦୀ ଆକ୍ରମଣର ଅନୁସନ୍ଧାନ କରିଆସୁଥିଲା, କିନ୍ତୁ ଏନଆଇଏ ଆଇନରେ ସଂଶୋଧନ ପରେ ଏନ୍ଆଇଏ ବର୍ତ୍ତମାନ ଦେଶ ବାହାରେ ‌କୌଣସି ଘଟଣାର ଅନୁସନ୍ଧାନ କରିବାରେ ସକ୍ଷମ ହୋଇଛି ଯେଉଁଥିରେ କୌଣସି ଭାରତୀୟ କିମ୍ବା ଭାରତର ସ୍ୱାର୍ଥ ପ୍ରଭାବିତ ହେବ।

୨୫ ମାର୍ଚ୍ଚ ୨୦୨୦ରେ କାବୁଲର ଗୁରୁଦ୍ୱାରରେ ଏକ ବଡ଼ ଆତଙ୍କବାଦୀ ହମ୍‌ଲା ହୋଇଥିଲା ଯେଉଁଥିରେ ଭାରତୀୟ ନାଗରିକଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏନ୍ଆଇଏ ଏହି ମାମଲାରେ ୧ ଏପ୍ରିଲ ୨୦୨୦ ରେ ଏକ ମାମଲା ଦାୟର କରିଥିଲା, ଯାହା ବିଦେଶରେ ଏନ୍‌ଆଇଏ ଦ୍ୱାରା ଅନୁସନ୍ଧାନ କରାଯାଉଥିବା ପ୍ରଥମ ମାମଲା ହେବ।

Leave A Reply

Your email address will not be published.