ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା ଘଟଣାର ଏନଆଇଏ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ପାକ-ଖଲିସ୍ତାନ ଷଡଯନ୍ତ୍ରର ଅନୁସନ୍ଧାନ କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା ଗୁଇନ୍ଦା ସୂଚନା ମିଳିଛି। ଯାହାପରେ ଏନଆଇଏ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ଦାୟର କରାଯାଇଥିବା ମାମଲାକୁ ଟେକଓଭର କରିଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନଆଇଏକୁ ମାମଲା ଦାୟର କରିବାକୁ ଗ୍ରୀନ ସିଗନାଲ ମିଳିଛି। ହେଲେ ଏନଆଇଏ ପକ୍ଷରୁ ଏହି ମାମଲା ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ, ୧୯ ମାର୍ଚ୍ଚରେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବାହାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ତ୍ରିରଙ୍ଗାର ବି ଅପମାନ ହୋଇଥିବା ଦେଖାଯାଇଥିଲା। ଏହି ଘଟଣା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଖଲିସ୍ତାନ ଓ ଏହାର ସମର୍ଥକଙ୍କ ବିରୋଧରେ ୨୪ ମାର୍ଚ୍ଚରେ ମାମଲା ଦାୟର କରିଥିଲେ। ମାମଲା ଭାରତୀୟ ଦଣ୍ଡ ସଂହିତା(ଆଇପିଏସ), ୟୁଏପିଏ ଓ ପିଡିପିପି ଆକ୍ଟ ଆଧାରରେ ଦାୟର କରାଯାଇଥିଲା। ଏଥିସହ ଘଟଣାକୁ ନେଇ ସେତେବେଳେ ଦିଲ୍ଲୀରେ ଥିବା ବ୍ରିଟେନ୍ ରାଷ୍ଟ୍ରଦୂତ ଖ୍ରିୀଷ୍ଟିନା ସ୍କଟ୍ଙ୍କୁ ସମନ କରିଥିଲା ଭାରତ। ଏଥିସହ ଘଟଣାକୁ ନେଇ ବ୍ରିଟେନ୍ ରାଷ୍ଟ୍ରଦୂତଙ୍କ ନିକଟରେ ଅଭିଯୋଗ ସହିତ ହାଇକମିଶନ ଭିତରକୁ କରିବାକୁ ଏଭଳି ତତ୍ୱମାନଙ୍କୁ କିଭଳି ଅନୁମତି ମିଳିଲା ସେ ନେଇ କରିଥିଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବ୍ରିଟେନ୍କୁ ଜବାବ ମାଗିଥିଲା।
ସୂଚନାଯୋଗ୍ୟ, ସେତେବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଥିଲେ ଯେ ଭାରତ ସରକାର ବ୍ରିଟେନରେ ଭାରତୀୟ କୂଟନୈତିକ ପରିସର ତଥା ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷା ପ୍ରତି ବ୍ରିଟେନ ସରକାରଙ୍କ ଉଦାସୀନତା ଦେଖିବାକୁ ପାଇଛନ୍ତି । ଏହା ଗ୍ରହଣୀୟ ନୁହେଁ। ଏହାଛଡ଼ା ଭାରତୀୟ ହାଇ କମିଶନ ପରିସରରେ ସୁରକ୍ଷା ବ୍ୟବସ୍ଥାର ଅଭାବ ନେଇ ବ୍ରିଟେନରୁ ସ୍ପଷ୍ଟୀକରଣ ଲୋଡ଼ିବା ସହ ବୈଦେଶିକ ମନ୍ତ୍ରଣାଳୟ ଏହି ମାମଲାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଦାବି କରିସାରିଛି।
Comments are closed.