Latest Odisha News

BREAKING NEWS

ସମ୍ବଲପୁର-ଝାରସୁଗୁଡ଼ା ସୀମାରେ ବିଜେପି ନେତାଙ୍କୁ ଅଟକାଇଲା ପୋଲିସ

ସମ୍ବଲପୁର:ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଠେଲକୁଲି ଅଭିମୁଖେ ବାହାରିବା ବିଜେପି ସାଂସଦଙ୍କୁ ଅଟକାଇଛି ପୋଲିସ । ଶ୍ରୀପୁରା ଛକରେ ପୋଲିସ ଏମାନଙ୍କୁ ଅଟକାଇଛି । ଝାରସୁଗୁଡାରୁ ସମ୍ବଲପୁର ଯାଉଥିବା ବିଜେପି ସାଂସଦ ଓ ନେତାଙ୍କୁ ଠେଲକୁଲି ଥାନାରେ ଅଟକ ରଖିଥିବା ଜଣଯାଇଛି। ଏହି ଟିମରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଭାପତି ମନମୋହନ ସାମଲ , ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଶଙ୍କର ଓରାମ ପ୍ରମୁଖ ସାମିଲ ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଏକ ଟିମ ସେଠିକାର ସ୍ଥିତି ପରଖିବା ପାଇଁ ଝାରସୁଗୁଡାରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ । ବିଜେପି ଟିମ ଏପ୍ରିଲ ୧୨ ଓ ୧୫ ହିଂସାରେ ଆହତ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ସଭ୍ୟ ଏବଂ ରେଭିନ୍ୟୁ ଡିଭିଜନାଲ କମିଶନରଙ୍କୁ ଭେଟିବା ପାଇଁ  ଯାଉଥିଲେ । ହେଲେ ପୋଲିସ ସମ୍ବଲପୁର-ଝାରସୁଗୁଡା ସୀମାରେ ଥିବା ଶ୍ରୀପୁରା ଛକରେ ଏହି ଟିମକୁ  ଅଟକାଇଥିଲା । ସେମାନଙ୍କୁ ସମ୍ବଲପୁର ଜିଲ୍ଲା ଭିତରକୁ ଯିବାକୁ ଦେଇ ନ ଥିଲେ ।

ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ।  ବିଜେପି ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ସମ୍ବଲପୁର ଗସ୍ତ କରୁଥିବାବେଳେ  ତାଙ୍କୁ ବିନା  କାରଣରେ ଗିରଫ କରିଥିବାରୁ ଦଳ ଏହାକୁ ବିରୋଧ କରିଛି । ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିବାବେଳେ କର୍ଫ୍ୟୁର ଆଳ ଦେଖାଇ ପୁଲିସ ସେମାନଙ୍କୁ ଅଟକ ରଖିଥିବା ଏମାନେ ପ୍ରତିକ୍ରିୟାରେ କହିଛନ୍ତି ।

ମିଳିଥିବା ଶେଷ ଖବର ଅନୁଯାୟୀ ଅଟକ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଛି ।

 

Leave A Reply

Your email address will not be published.