Latest Odisha News

BREAKING NEWS

ଚେନାବ ନଦୀରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ‘ଆର୍କ୍ ବ୍ରିଜ୍’, ଏଫିଲ୍ ଟାଓ୍ବାରରୁ ବି ଉଚ୍ଚ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ନିର୍ମାଣ କରାଯାଉଛି। ଯାହାର ନାମ ରହିଛି “ଆର୍କ୍ ବ୍ରିଜ୍”। ୧୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଭାରତର ସବୁଠାରୁ ବଡ ରେଳ ପ୍ରକଳ୍ପ।

କେବଳ ଏତିକି ନୁହେଁ ନଦୀ ପତ୍ତନଠାରୁ ୩୫୯ ମିଟର ଉଚ୍ଚରେ ଏହି ସେତୁ ନିର୍ମାଣ କରାଯାଉଛି। ଏହି ସେତୁର ଉଚ୍ଚତା ମଧ୍ୟ ଆଇଫଲ୍ ଟାୱାର ଠାରୁ ୩୫ ମିଟର ଉଚ୍ଚ ଅଟେ।

ଏହା ଭାରତୀୟ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ନୂତନ ରେକର୍ଡ ସୃଷ୍ଟି କରିପାରି ଥିବା ବେଳେ ଡିସେମ୍ବର ୨୦୨୧ ସୁଦ୍ଧା ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ପ୍ରସ୍ତୁତ ହେବ। ଘଣ୍ଟା ପ୍ରତି ୨୬୬ କିଲୋମିଟର ବେଗରେ ପବନ ବହିଲେ ମଧ୍ୟ ଏହି ସେତୁକୁ ସହଜରେ ରକ୍ଷଣାବେକ୍ଷଣ କରାଯାଇପାରିବ ବୋଲି ରେଳ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.