Latest Odisha News

BREAKING NEWS

ହୃଦଘାତରେ ପ୍ରାଣ ହରାଇଲେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର

ଭୁବନେଶ୍ଵର: ହୃଦଘାତରେ ଚାଲିଗଲା ପ୍ରଫେସରଙ୍କ ଜୀବନ । ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇତିହାସ ପ୍ରଫେସର ନିହାରକାନ୍ତ କବିଙ୍କର ଆଜି ସକାଳୁ ସକାଳୁ ହୃଦଖାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।

୧୯୪୧ ମସିହା ମେ ମାସ ୧୭ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ନିହାରକାନ୍ତ । ପିତା ଶ୍ରୀ ଅଶ୍ଵିନୀ କୁମାରଙ୍କର ଦ୍ଵିତୀୟ ସନ୍ତାନ ଥିଲେ ପ୍ରଫେସର କବି । ଜଣେ ମେଧାବୀ ଛାତ୍ର ଭାବରେ ଉତ୍କଳ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗରୁ ଏମ.ଏ ପାଶ କରି ସେ ସେହି ବିଭାଗରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ପରେ ସେହି ବିଭାଗର ପ୍ରଫେସର ହୋଇଥିଲେ ।

ତେବେ ଜଣେ ଗୁଣବତ୍ସଳ ସୁଦକ୍ଷ ଶିକ୍ଷକ ଭାବରେ ସ୍ଵର୍ଗତ ପ୍ରଫେସର କବି ସମସ୍ତଙ୍କର ପ୍ରୟଭାଜନ ହୋଇପାରିଥିଲେ । ଏବେ ତାଙ୍କ ପରଲୋକରେ ଓଡିଶା ଜଣେ ସୁଦକ୍ଷ ଶିକ୍ଷାବିତଙ୍କୁ ହରାଇଛି ।

Leave A Reply

Your email address will not be published.