Latest Odisha News

BREAKING NEWS

ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’ ଉନ୍ମୋଚିତ

ନବରଙ୍ଗପୁର : ପବିତ୍ର ଶକ୍ତିପୀଠ ମା ଭଣ୍ଡାର ଘରଣୀ ମନ୍ଦିର ପରିସରରେ , ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’
ଉନ୍ମୋଚିତ ହୋଇଯାଇଛି । ପ୍ରଖ୍ୟାତ ହିନ୍ଦୀ ଲେଖିକା ମୃଦୁଳା ଗର୍ଗଙ୍କ ଲିଖିତ ‘ମୈଁ ଔର ମୈଁ’ର ଏହା ଓଡ଼ିଆ ରୂପାନ୍ତର ।

ଏହି ଅବସରରେ ଅନୁବାଦିକାଙ୍କ ସହ ଓଡ଼ିଶା ସାହିତ୍ୟ ଏକାଡ଼େମୀ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଚନ୍ଦ୍ର ଶେଖର ହୋତା, ଗାଳ୍ପିକ ଅଶୋକ ପଟ୍ଟନାୟକ, ଲେଖକ ବୁଲୁ ହୋତା, ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସାମାଜିକ ଜୀବନର କିଛି ଅଣଦେଖା ସମ୍ପର୍କ ଜଣେ ଲେଖକର ଦୃଷ୍ଟିରୁ ବାଦ ପଡ଼େ ନାହିଁ ।  ନିଜକୁ ସମ୍ଭ୍ରାନ୍ତ, ପରୋପକାରୀ, ଦୟାଳୁ ସାବ୍ୟସ୍ତ କରିବାକୁ ଯାଇ ବେଳେବେଳେ ମହାନ ହେବାର ମୋହ ମଣିଷକୁ ଏତେ କବଳିତ କରିଦିଏ ଯେ, ସେ ନିଜ ସହ ମଧ୍ୟ ନିଜେ ଛଳନା କରିଥାଏ । ଅନୁବାଦିକା ଶ୍ରୀମତୀ ମଲ୍ଲିକଙ୍କ ‘ମୁଁ ଓ ମୁଁ ‘ ଏପରି କିଛି ବାର୍ତ୍ତା ସହ ଏକ ସଫଳ ଅନୁବାଦ ପୁସ୍ତକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.