Latest Odisha News

BREAKING NEWS

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ନିମାପଡାର ଦିଲ୍ଲୀପ ନାୟକ

ଭୁବନେଶ୍ଵର: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ନିମାପଡାର ଦିଲ୍ଲୀପ ନାୟକ । ଦିଲ୍ଲୀପଙ୍କ ସହ ନିରଞ୍ଜନ ମହାପାତ୍ର, ମାନସ ପ୍ରଧାନଙ୍କ ସମେତ ଶତାଧିକ ନେତା ବି ସାମିଲ ହୋଇଛନ୍ତି । ବିଧିବିଦ୍ଧ ଭାବେ ତାଙ୍କୁ ଦଳକୁ ସ୍ଵାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଆଜି ଅନୁଷ୍ଠାନିକ ଭାବେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଯୋଗୁଁ ନୂତନ ଓଡ଼ିଶା ଗଢିବା ପାଇଁ ସମସ୍ତେ ସାମିଲ ହୋଇଛନ୍ତି । ନିମାପଡା ଗୋପରେ ସଙ୍ଗଠନ ଆହୁରି ବଢିବ । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ବୋଲି କହିଛନ୍ତି ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ସେହିପରି ବିଜେପିକୁ ସମୁଦ୍ରକୁ ଫିଙ୍ଗି ଶଙ୍ଖ ଧ୍ବନୀ ଦେଲୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହୋଇ ଓଡ଼ିଶାକୁ ଏକ ନମ୍ବର କରିବା । ନିମାପଡାକୁ ଏକ ନମ୍ବର ଭାବେ ଗଢି ତୋଳିବାକୁ ଶପଥ ନେବା । ସର୍ବାଧିକ ଭୋଟରେ ବିଜେଡି ନିମାପଡାରେ ଜିତିବ ବୋଲି କହିଛନ୍ତି ଦିଲ୍ଲୀପ ନାୟକ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ଆଦର୍ଶରେ କାମ କରିବାକୁ ସୁଯୋଗ ମିଳିଛି । ୨୦୨୪ ନିର୍ବାଚନରେ ସ୍ୱତନ୍ତ୍ର ଇତିହାସ ସୃଷ୍ଟି କରିବ ବିଜେଡି ବୋଲି କହିଛନ୍ତି ନିରଞ୍ଜନ ମହାପାତ୍ର । ସେହିପରି ମାନସ ପ୍ରଧାନ କହିଛନ୍ତି ଯେ, ବିଜେପିର ପ୍ରାର୍ଥୀ ଚୟନରେ ମୁଁ ଦୁଃଖିତ । ସେମାନେ ତ୍ରୁଟି କଲେ । ତେଣୁ ନବୀନ ପଟ୍ଟନାୟକଙ୍କୁ ଉପରେ ବିଶ୍ୱାସ ରଖି ବିଜେଡିରେ ସାମିଲ ହେଲୁ । ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ଗୁଣ୍ଡୁଚି ମୂଷା ପରି କାମ କରିବୁ ।

Leave A Reply

Your email address will not be published.