Latest Odisha News

BREAKING NEWS

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ହେଲେ ନିରଞ୍ଜନ ସେଠୀ

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି ।

ନିରଞ୍ଜନ ସେଠୀ ଓଡିଶା ସୂଚନା ସେବା (ଓଆଇଏସ) କ୍ୟାଡରର ଅଧିକାରୀ ହୋଇଥିବା ବେଳେ ବରିଷ୍ଠ ଓଏଏସ ଅଧିକାରୀ କୃପାସିନ୍ଧୁ ମିଶ୍ର ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।

ନିରଞ୍ଜନ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉତରାଂଚଳ ଉପ ନିର୍ଦ୍ଦେଶକ ( ସମ୍ବଲପୁର), ବିଭାଗର ପ୍ରାୟତଃ ସବୁ ବ୍ରାଂଚରେ ବ୍ରାଂଚ ଅଫିସର ଭାବେ କାର୍ଯ୍ୟକରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ ଅତି ସଫଳତାର ସହିତ କାର୍ଯ୍ୟ କରିଛନ୍ତି ।

ମିଡିଆ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ସେ ଗଣମାଧ୍ୟମ ଜଗତରେ ବେଶ ପରିଚିତ ହୋଇପାରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ଆଧାରରେ ପଦନ୍ନୋତି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଫଳରେ ଶ୍ରୀ ସେଠୀଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଉପଲବ୍ଧି କରି ରାଜ୍ୟ ସରକାର ତାଙ୍କୁ ନିର୍ଦ୍ଦେଶକ (ବୈଷୟିକ) ଭାବେ ପଦନ୍ନୋତି ଦେଇଛନ୍ତି ।

Leave A Reply

Your email address will not be published.