Latest Odisha News

BREAKING NEWS

କଂଗ୍ରେସ କ୍ଷମତାକୁ ଆସିଲେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ: ଚିରଞ୍ଜିବୀ ବିଶ୍ୱାଳ

ଭୁବନେଶ୍ୱର: ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ଜିତି କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ।

କଂଗ୍ରେସର ଜନ ଜାଗରଣ ସଭାରେ ଉଦବୋଧନ ଦେଇ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି, ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢୁଛି । ତେଣୁ ନେତୃତ୍ୱ ନେବା ପରିପ୍ରେକ୍ଷୀରେ ୨୦୧୯ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ନିରଞ୍ଜନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ ।

ତେବେ ଯାହାବି ହେଉ ଦଳର ସମସ୍ତ ବିଧାୟକମାନେ ହିଁ ନିଷ୍ପତ୍ତି ନେବେ କିଏ ମୁଖ୍ୟମନ୍ତ୍ରୀ ହେବେ, ବୋଲି କହିଛନ୍ତି ଶ୍ରୀଯୁକ୍ତ ବିଶ୍ୱାଳ ।

ଗତ ସେପ୍ଟେମ୍ବର ୩ ତାରିଖରୁ ବାଲେଶ୍ୱରରୁ କଂଗ୍ରେସ ଦଳର ରାଜ୍ୟବ୍ୟାପୀ ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇଛି,

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗ୍ରାମ ଦେଇ ଏହି ଯାତ୍ରା ଏବେ ଜଳେଶ୍ୱର ତଥା ଭୋଗରାଇ ବ୍ଲକରେ ପହଞ୍ଚିଛି ।

Leave A Reply

Your email address will not be published.