Latest Odisha News

BREAKING NEWS

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଅର୍ଥ ମନ୍ତ୍ରୀ; ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ ସୀତାରମଣ

ପୁରୀ: ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାଲୁକା କଳା ବୁଲି ଦେଖିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ ଅର୍ଥମନ୍ତ୍ରୀ। ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେଠାରୁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାଲୁକା କଳା ବୁଲି ଦେଖିବା ପରେ ପେଣ୍ଠକଟାଠାରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥିରେ ତିନି ହଜାର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।

ଏହାପରେ ୧୦ଟା ୩୦ ରୁ ୧୧ଟା ୧୫ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଗାଁ ବୀରହରେକୃଷ୍ଣପୁରକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ବୀରହରେକୃଷ୍ଣପୁର ଠାରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ ଜୋରଦାର ସ୍ୱାଗତ କରାଯିବ। ଏହା ପରେ ଅନେକ କାର୍ଯ୍ୟକ୍ରମ ରହିଛି। ସେ ଭୁବନେଶ୍ୱର ଫେରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ। ଅପରାହ୍ନରେ କୁଇ ଓ ଦେଶିଆ ଭାଷାରେ ଲିଖିତ ପୁସ୍ତକର ଉନ୍ମୋଚନ ସହ ୨୦ତମ ‘ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ’ କନଫରେନସରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.