Latest Odisha News

BREAKING NEWS

ଦିନିକିଆରେ ଶ୍ରୀଲଙ୍କା ପକ୍ଷରୁ ପ୍ରଥମ ଦ୍ୱିଶତକ ମାରିଲେ ନିଶାଙ୍କା

ପାଲ୍ଲିକେଲ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ପଥୁମ ନିଶାଙ୍କା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଅପରାଜିତ ୨୧୦ ରନର ଇନିଂସ ଖେଳିଛନ୍ତି । ସେ ଏଥିସହ ଶ୍ରୀଲଙ୍କା ପକ୍ଷରୁ ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ସନଥ ଜୟସୂରିଆଙ୍କ ୧୮୯ ରନର ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ନିଶାଙ୍କା ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ଗେଲ ୧୩୮ ବଲରେ ଦ୍ୱିଶତକ ମାରିଥିବା ବେଳେ ସେ ୧୩୬ ବଲରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ଈଶାନ କିଶାନ (୧୨୬ ବଲରେ)ଙ୍କ ନାମରେ ଦ୍ରୁତ ଦ୍ୱିଶତକ ହାସଲ କରିବା ରେକର୍ଡ ରହିଛି ।

ନିଶାଙ୍କାଙ୍କ ଇନିଂସ ବଳରେ ଶ୍ରୀଲଙ୍କା ୩୮୨ ରନର ଲକ୍ଷ୍ୟ ଆଫଗାନିସ୍ତାନକୁ ଦେଇଛି । ସେ ତାଙ୍କ ଇନିଂସରେ ୨୦ ଚୌକା ଓ ୮ ଛକା ମାରିଥିଲେ । ୨୫ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ ଆବିଷ୍କା ଫର୍ଣ୍ଣାଣ୍ଡୋ ସହ ୧୮୨ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଏହା ପରେ କୁଶଳ ମେଣ୍ଡିସଙ୍କ ସହ ୪୩, ସଦୀରା ସମରବିକ୍ରମାଙ୍କ ସହ ୧୨୦ ଓ ଚରିଥ ଅସଲଙ୍କା ୩୬ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.